ମେଜରଙ୍କୁ ମାଡ଼ ଘଟଣା: ୫ ପୋଲିସ ଅଧିକାରୀ ସସ୍ପେଣ୍ଡ
ଭୁବନେଶ୍ୱର,୧୮।୯: ଭରତପୁର ଥାନାର ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଯେତିକି ଆଗକୁ ଆସୁଛି ପୋଲିସର ଅସଲ ଚେହେରା ସାମ୍ନାକୁ ଆସୁଛି। ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀ ନିଲମ୍ବିତ କରାଯାଇଛି। ଭରତପୁର ଥାନାର ପୂର୍ବତନ IIC ଦିନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସଲିଳମୟୀ ସାହୁ ଓ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ ହୋଇଛନ୍ତି। ସୂଚନାଯୋଗ୍ୟ, ଭରତପୁର […] The post ମେଜରଙ୍କୁ ମାଡ଼ ଘଟଣା: ୫ ପୋଲିସ ଅଧିକାରୀ ସସ୍ପେଣ୍ଡ appeared first on Dharitri Odia News.
ଭୁବନେଶ୍ୱର,୧୮।୯: ଭରତପୁର ଥାନାର ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଯେତିକି ଆଗକୁ ଆସୁଛି ପୋଲିସର ଅସଲ ଚେହେରା ସାମ୍ନାକୁ ଆସୁଛି। ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ମାମଲାରେ ୫ ପୋଲିସ ଅଧିକାରୀ ନିଲମ୍ବିତ କରାଯାଇଛି। ଭରତପୁର ଥାନାର ପୂର୍ବତନ IIC ଦିନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସଲିଳମୟୀ ସାହୁ ଓ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍ରୁ ନିନ୍ଦା କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏଭଳି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରିଥିଲା। ତାଙ୍କ ସ୍ଥାନରେ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାରେ ଥିବା ଏଏସ୍ଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ସଲିଳମୟୀଙ୍କୁ ଭୁବନେଶ୍ୱର ଡିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ୱର ରିଜର୍ଭ ଅଫିସକୁ ବଦଳି କରାଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି।
The post ମେଜରଙ୍କୁ ମାଡ଼ ଘଟଣା: ୫ ପୋଲିସ ଅଧିକାରୀ ସସ୍ପେଣ୍ଡ appeared first on Dharitri Odia News.