ମେଟ୍ରୋରେ ଚାକିରି ପାଇଁ ଆବେଦନ ଗ୍ରହଣ, ତୁରନ୍ତ କରନ୍ତୁ ଆବେଦନ
ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନରେ ବିଭିନ୍ନ ପଦବୀ ପାଇଁ ଆବେଦନ ଘୋଷଣା କରାଯାଇଛି । ଏଥିରେ ସୁପର ଭାଇଜର, ଜୁନିଅର ଇଂଜିନିୟର, ଆସିଷ୍ଟାଣ୍ଟ ସେକ୍ସନ ଇଂଜିନିୟର, ସେକ୍ସନ ଇଂଜିନିୟର, ସିନିଅର ସେକ୍ସନ ଇଂଜିନିୟର ସାମିଲ ରହିଛି । ଏଥିପାଇଁ କେବଳ ଅଫଲାଇନ ଆବେଦନ କରିପାରିବେ । ଶେଷ ତାରିଖ ପରେ […] The post ମେଟ୍ରୋରେ ଚାକିରି ପାଇଁ ଆବେଦନ ଗ୍ରହଣ, ତୁରନ୍ତ କରନ୍ତୁ ଆବେଦନ appeared first on KNews Odisha.

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନରେ ବିଭିନ୍ନ ପଦବୀ ପାଇଁ ଆବେଦନ ଘୋଷଣା କରାଯାଇଛି । ଏଥିରେ ସୁପର ଭାଇଜର, ଜୁନିଅର ଇଂଜିନିୟର, ଆସିଷ୍ଟାଣ୍ଟ ସେକ୍ସନ ଇଂଜିନିୟର, ସେକ୍ସନ ଇଂଜିନିୟର, ସିନିଅର ସେକ୍ସନ ଇଂଜିନିୟର ସାମିଲ ରହିଛି ।
ଏଥିପାଇଁ କେବଳ ଅଫଲାଇନ ଆବେଦନ କରିପାରିବେ । ଶେଷ ତାରିଖ ପରେ ଆବେଦନ ଗ୍ରହଣ କରାଯିବ ନାହିଁ ।
ଜରୁରୀ ତାରିଖ : ସୁପରଭାଇଜର ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫ ଅକ୍ଟୋବର ୨୦୨୪ ରହିଛି । ସେହିପରି ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜର ପଦବୀ ପାଇଁ ଶେଷ ତାରିଖ ୧ ନଭେମ୍ବର ରହିଥିବା ବେଳେ ସୁପରଭାଇଜର ପଦବୀ ପାଇଁ ଶେଷ ତାରିଖ ୮ ନଭେମ୍ବର ଏବଂ ଅନ୍ୟ ସବୁ ପଦବୀ ପାଇଁ ଶେଷ ତାରିଖ ୭ ନଭେମ୍ବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍ କରନ୍ତୁ ।
ବୟସ ସୀମା : ଇଛୁକ ପ୍ରାର୍ଥୀଙ୍କ ବୟସ ୫୫ ରୁ ୬୨ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ମାସକୁ ୫୦,୦୦୦ରୁ ୭୨,୬୦୦ ଟଙ୍କା ମିଳିବ । ଏହାସହିତ ଅନ୍ୟ ସବୁ ସୁବିଧା ମିଳିବ ।
କେମିତି କରିବେ ଆବେଦନ :
ଇଛୁକ ପ୍ରାର୍ଥୀ DMRC ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । Executive Director (Human Resources), Delhi Metro Rail Corporation Limited, Metro Bhawan, Fire Brigade Lane, Barakhamba Road, New Delhi
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।
The post ମେଟ୍ରୋରେ ଚାକିରି ପାଇଁ ଆବେଦନ ଗ୍ରହଣ, ତୁରନ୍ତ କରନ୍ତୁ ଆବେଦନ appeared first on KNews Odisha.