ଦିଲ୍ଲୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ BSNL 5G ସର୍ଭିସ୍, କେବଳ ଏତିକି ରିଚାର୍ଜରେ କରିପାରିବେ ବ୍ୟବହାର
ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ସେପ୍ଟେମ୍ବର ଶେଷ ସୁଦ୍ଧା ଦିଲ୍ଲୀ ଏବଂ ଅନ୍ୟାନ୍ୟ ବଛାବଛା ସହରଗୁଡ଼ିକରେ 5G ସର୍ଭିସ୍ ଆରମ୍ଭ କରିପାରେ । ହେଲେ, କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଡେଟ୍ ଘୋଷଣା କରାଯାଇ ନାହିଁ । କମ୍ପାନୀ ପୂର୍ବରୁ ଅନେକ 4G ସାଇଟରେ 5G ଟ୍ରାଏଲ୍ କରିସାରିଛି, ଯାହା ସାରା ଦେଶରେ ଏକ ଲକ୍ଷ 4G ଟାୱାର ସ୍ଥାପନ କରିବାର ଏହାର ଚାଲୁଥିବା ପ୍ଲାନର ଏକ ପାର୍ଟ । କମ୍ପାନୀ ଅନୁଯାୟୀ, BSNL […] The post ଦିଲ୍ଲୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ BSNL 5G ସର୍ଭିସ୍, କେବଳ ଏତିକି ରିଚାର୍ଜରେ କରିପାରିବେ ବ୍ୟବହାର appeared first on KNews Odisha.

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ସେପ୍ଟେମ୍ବର ଶେଷ ସୁଦ୍ଧା ଦିଲ୍ଲୀ ଏବଂ ଅନ୍ୟାନ୍ୟ ବଛାବଛା ସହରଗୁଡ଼ିକରେ 5G ସର୍ଭିସ୍ ଆରମ୍ଭ କରିପାରେ । ହେଲେ, କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଡେଟ୍ ଘୋଷଣା କରାଯାଇ ନାହିଁ । କମ୍ପାନୀ ପୂର୍ବରୁ ଅନେକ 4G ସାଇଟରେ 5G ଟ୍ରାଏଲ୍ କରିସାରିଛି, ଯାହା ସାରା ଦେଶରେ ଏକ ଲକ୍ଷ 4G ଟାୱାର ସ୍ଥାପନ କରିବାର ଏହାର ଚାଲୁଥିବା ପ୍ଲାନର ଏକ ପାର୍ଟ । କମ୍ପାନୀ ଅନୁଯାୟୀ, BSNL ଜୟପୁର, ଲକ୍ଷ୍ନୌ, ଚଣ୍ଡିଗଡ଼, ଭୋପାଳ, କୋଲକାତା, ପାଟନା, ହାଇଦ୍ରାବାଦ ଏବଂ ଚେନ୍ନାଇ ସମେତ ପ୍ରମୁଖ ରାଜ୍ୟ ରାଜଧାନୀଗୁଡ଼ିକରେ 5G ସର୍ଭିସ୍ ଆକ୍ଟିଭ୍ କରିଛି । ଏଥି ସହ ପର୍ଯ୍ୟାୟକ୍ରମେ ଦେଶବ୍ୟାପୀ 5G ସର୍ଭିସ୍ ଆରମ୍ଭ କରାଯିବ ।
ଟେଲିକମ୍ ବିଶେଷଜ୍ଞମାନେ କହିଛନ୍ତି ଯେ BSNL 5G ସର୍ଭିସ୍ ଆରମ୍ଭ କରିବା ପରେ, ଘରୋଇ ଟେଲିକମ୍ କମ୍ପାନୀ Jio ଏବଂ Airtel କଡ଼ା ଟକ୍କର ଲାଗିବେ । କାରଣ BSNL ରିଚାର୍ଜ ପ୍ଲାନଗୁଡ଼ିକ ଶସ୍ତା । ଶସ୍ତା ରିଚାର୍ଜ ପ୍ଲାନଗୁଡ଼ିକର ଲାଭ ଉଠାଇବା ପାଇଁ ୟୁଜର୍ସମାନେ BSNL ଆଡକୁ ଆସିବେ ।
ଯଦି ଆମେ BSNLର ପ୍ରିପେଡ୍ ରିଚାର୍ଜ ପ୍ଲାନଗୁଡ଼ିକୁ ଦେଖିବା, ତେବେ ସେଗୁଡ଼ିକ ପ୍ରାଇଭେଟ୍ ଟେଲିକମ୍ ପ୍ଲେୟର୍ସଙ୍କ ତୁଳନାରେ ବହୁତ ଶସ୍ତା । BSNL ଏହାର ୟୁଜର୍ସମାନଙ୍କୁ ମାତ୍ର ୧୯୭ ଟଙ୍କାରେ ୭୦ ଦିନର ଭାଲିଡିଟି ସହିତ ପ୍ରତିଦିନ ୨GB ଡାଟା ଦେଉଛି । ସେହି ସମୟରେ, ୧,୫୧୫ ଟଙ୍କାରେ ୩୬୫ ଦିନର ଭାଲିଡିଟି ସହିତ ପ୍ରତିଦିନ 2GB ଡାଟା ଉପଲବ୍ଧ । ଏହି ମୂଲ୍ୟ ଲିମିଟରେ କୌଣସି ପ୍ରାଇଭେଟ୍ କମ୍ପାନୀ ସର୍ଭିସ୍ ପ୍ରଦାନ କରୁନାହିଁ । ଏପରି ସ୍ଥିତିରେ, ଯଦି BSNL ଏହି ହାରରେ 5G ସର୍ଭିସ୍ ଆରମ୍ଭ କରେ, ତେବେ ଏହା ନିଶ୍ଚିତ ଭାବରେ ବଜାରରେ ହଇଚଇ ସୃଷ୍ଟି କରିବ ।
Also read : Realme ଲଞ୍ଚ କରିବ ଆଉ ଦୁଇଟି ଶସ୍ତା 5G ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
The post ଦିଲ୍ଲୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ BSNL 5G ସର୍ଭିସ୍, କେବଳ ଏତିକି ରିଚାର୍ଜରେ କରିପାରିବେ ବ୍ୟବହାର appeared first on KNews Odisha.