ବଢିଲା ତାତି, ଝାରସୁଗୁଡାରେ ୩୭ ଡିଗ୍ରୀ ଛୁଇଁଲା ଦିନ ତାପମାତ୍ରା
ଭୁବନେଶ୍ବର: ଶୀତ ସରୁ ସରୁ ରାଜ୍ୟରେ ଆରମ୍ଭ ହୋଇଗଲାଣି ଟାଇଁ ଟାଇଁ ଖରା । ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ହୋଇଛି। ଏଥିସହ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି। ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ସହ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୩୭ ଡିଗ୍ରୀ ଡ଼ିଗ୍ରୀ ଛୁଇଁଛି ସର୍ବୋଚ୍ଚ ତାପମାତ୍ରା । ସେହିପରି ଟ୍ବିନସିଟିରେ ମଧ୍ୟ ତାପମାତ୍ରା ବୃଦ୍ଧି […]

ଭୁବନେଶ୍ବର: ଶୀତ ସରୁ ସରୁ ରାଜ୍ୟରେ ଆରମ୍ଭ ହୋଇଗଲାଣି ଟାଇଁ ଟାଇଁ ଖରା । ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ହୋଇଛି। ଏଥିସହ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି। ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ ସହ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୩୭ ଡିଗ୍ରୀ ଡ଼ିଗ୍ରୀ ଛୁଇଁଛି ସର୍ବୋଚ୍ଚ ତାପମାତ୍ରା । ସେହିପରି ଟ୍ବିନସିଟିରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ବରର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକର ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ରେକର୍ଡ ପ୍ରମୁଖ ସର୍ବୋଚ୍ଚ ଦିନ ତାପମାତ୍ରା
ଝାରସୁଗୁଡା -୩୭ ଡିଗ୍ରୀ
ଭଦ୍ରକ- ୩୬.୨ ଡିଗ୍ରୀ
ବଲାଙ୍ଗୀର- ୩୬ ଡିଗ୍ରୀ
ଅନୁଗୁଳ – ୩୫.୭ ଡିଗ୍ରୀ
ଭବାନୀପାଟଣା-୩୫.୫ ଡିଗ୍ରୀ
ଟିଟିଲାଗଡ଼- ୩୫.୫ ଡିଗ୍ରୀ
ପାରଳାଖେମୁଣ୍ଡି- ୩୫.୫ ଡିଗ୍ରୀ
ସୋନପୁର-୩୫.୩ ଡିଗ୍ରୀ
ମାଲକାନଗିରି – ୩୫.୨ ଡିଗ୍ରୀ
ବରଗଡ- ୩୫.୨ ଡିଗ୍ରୀ