ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କରଞ୍ଜିଆ ବ୍ଲକ ରସମନ୍ତଳା ଗ୍ରାମର କିଡ଼ନୀ ରୋଗୀ ସୁନି ସେଠୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡି ରହିଥିଲା। ମୃତଦେହ ସତ୍କାର ପାଇଁ କେହି ଆସି ନ ଥିଲେ। ଏଭଳିସ୍ଥିତିରେ ହସ୍ପିଟାଲ ପୋଲିସ ଭରସା ପରିବାରର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଖବର ପାଇ ଭରସା ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ମୃତଦେହ […] The post ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ appeared first on Dharitri Odia News.

ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କରଞ୍ଜିଆ ବ୍ଲକ ରସମନ୍ତଳା ଗ୍ରାମର କିଡ଼ନୀ ରୋଗୀ ସୁନି ସେଠୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡି ରହିଥିଲା। ମୃତଦେହ ସତ୍କାର ପାଇଁ କେହି ଆସି ନ ଥିଲେ। ଏଭଳିସ୍ଥିତିରେ ହସ୍ପିଟାଲ ପୋଲିସ ଭରସା ପରିବାରର ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଖବର ପାଇ ଭରସା ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ମୃତଦେହ ଉଦ୍ଧାର କରି ସତ୍କାର ପାଇଁ କେନ୍ଦୁଝର ସ୍ଥିତ ଆଦର୍ଶ ମଶାଣିକୁ ନେଇଥିଲେ। ପରେ ରୀତିନୀତି ଅନୁସାରେ ଅନ୍ତିମ ସତ୍କାର କରାଯାଇଥିଲା। ଏଥିରେ ଉପଦେଷ୍ଟା ବିପ୍ଳବ ବ୍ରହ୍ମ, ବିଦ୍ୟାଧର ମହାନ୍ତଙ୍କ ସମେତ ଭରସା ପରିବାର ସଦସ୍ୟ ଉପସ୍ଥିତ ଥିଲେ।

୫ନମ୍ବର ୱାର୍ଡର କାଉନସିଲର ପିଙ୍କୁ ଦ୍ବିବେଦୀ ସତ୍କାର ପାଇଁ ଆବଶ୍ୟକୀୟ କାଠ ଯୋଗାଇଥିଲେ। ସତ୍କାର କାର୍ଯ୍ୟରେ ଶ୍ମଶାନ ରକ୍ଷକ ଶୁକଦେବ ନାଏକଙ୍କ ସମେତ ବୁଲେଟ ମହାନ୍ତ, ଭୀଷ୍ମ ପାତ୍ର, ଗୌରୀଶଙ୍କର ମହାନ୍ତ ଓ ଚନ୍ଦନ ପାତ୍ର, ମିଲନ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ଅନ୍ୟପକ୍ଷେ ମୃତ ମହିଳାଙ୍କ ସ୍ବାମୀ ପ୍ରାଣବନ୍ଧୁ ସେଠୀ ପକ୍ଷାଘାତ ରୋଗରେ ପୀଡିତ ଥିବା ବେଳେ ୧୧ବର୍ଷର ନାବାଳିକା ଝିଅ ମଧ୍ୟ ମାନସିକ ରୋଗରେ ପୀଡିତ ଥିବାରୁ ପରିବାର ପ୍ରତିପୋଷଣ ଦାୟିତ୍ୱ ସୁନିଙ୍କ ହାତରେ ଥିଲା। ଅସହାୟ ହୋଇ ପଡ଼ିଥିବା ବାପା ଝିଅଙ୍କୁ ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ଦୁଇଟି ଜୀବନ ବଞ୍ଚିଯିବ ବୋଲି ସଭାପତି ଲମ୍ବୋଦର ମହାନ୍ତ ମତବ୍ୟକ୍ତ କରିଛନ୍ତି।

The post ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ appeared first on Dharitri Odia News.