ବାପା ହେଲେ ଟ୍ରାଭିସ ହେଡ୍‌

ସିଡନୀ,୮।୧୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍‌ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ହେଡ୍‌ଙ୍କ ପତ୍ନୀ ଜେସିକା ଡେଭିସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। କ୍ରିକେଟ ପଡ଼ିଆରେ ହେଡ୍‌ଙ୍କୁ ଭାରତର ‘ଶତ୍ରୁ’ ମଧ୍ୟ କୁହାଯାଏ। ଅନେକ ଥର ଉଜ୍ଜ୍ୱଳ ଇନିଂସ ଖେଳି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି। ହେଡ ସୋସିଆଲ ମିଡିଆ ମାଧ୍ୟମରେ ପିତା ହେବାର ସୂଚନା ଶେୟାର କରିଛନ୍ତି। କହି ରଖୁଛୁ ଯେ ହେଡ୍‌ ପୂର୍ବରୁ ଛୁଟିରେ ଥିଲେ, ଯେଉଁଥିପାଇଁ ସେ ପାକିସ୍ତାନ ବିପକ୍ଷରେ […] The post ବାପା ହେଲେ ଟ୍ରାଭିସ ହେଡ୍‌ appeared first on Dharitri Odia News.

ବାପା ହେଲେ ଟ୍ରାଭିସ ହେଡ୍‌

ସିଡନୀ,୮।୧୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ୍‌ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ହେଡ୍‌ଙ୍କ ପତ୍ନୀ ଜେସିକା ଡେଭିସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। କ୍ରିକେଟ ପଡ଼ିଆରେ ହେଡ୍‌ଙ୍କୁ ଭାରତର ‘ଶତ୍ରୁ’ ମଧ୍ୟ କୁହାଯାଏ। ଅନେକ ଥର ଉଜ୍ଜ୍ୱଳ ଇନିଂସ ଖେଳି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛନ୍ତି। ହେଡ ସୋସିଆଲ ମିଡିଆ ମାଧ୍ୟମରେ ପିତା ହେବାର ସୂଚନା ଶେୟାର କରିଛନ୍ତି।

କହି ରଖୁଛୁ ଯେ ହେଡ୍‌ ପୂର୍ବରୁ ଛୁଟିରେ ଥିଲେ, ଯେଉଁଥିପାଇଁ ସେ ପାକିସ୍ତାନ ବିପକ୍ଷରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆର ଅଂଶ ନାହାନ୍ତି।

ହେଡ ତାଙ୍କ ପିଲାଙ୍କ ନାମ ହାରିସନ ଜର୍ଜ ହେଡ୍‌ ରଖିଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରେ ହେଡ୍‌ଙ୍କ ପୂରା ପରିବାର ନଜର ଆସିଛନ୍ତି।

The post ବାପା ହେଲେ ଟ୍ରାଭିସ ହେଡ୍‌ appeared first on Dharitri Odia News.