ମେଣ୍ଟକୁ ନେଇ ଆଶା ଆଶଙ୍କାରେ ପ୍ରାର୍ଥୀ
ଯାଜପୁର,୧୨ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟରେ କ୍ଷମତାସୀନ ବିଜେଡି ଓ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ଏଥର ବୁଝାମଣା ଭିତ୍ତିରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ରାଜ୍ୟସାରା ହୁଲ୍ସ୍ଥୂଲ ପଡିଛି। ହେଲେ ଯାଜପୁର ଜିଲାରେ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏବେ ଅକଳରେ ପଡିଛନ୍ତି ଦଳ ପରିବର୍ତ୍ତନ କରିଥିବା କେତେଜଣ ଟିକେଟ ଆଶାୟୀ। କାରଣ ଏମାନେ ରାଜନୈତିକ ଦଳ ବଳେଇବାର କେଇ ଦିନ ମଧ୍ୟରେ ରାଜନୀତି ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ଦଳ ଡିଆଁ […] The post ମେଣ୍ଟକୁ ନେଇ ଆଶା ଆଶଙ୍କାରେ ପ୍ରାର୍ଥୀ appeared first on Dharitri Odia News.
ଯାଜପୁର,୧୨ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟରେ କ୍ଷମତାସୀନ ବିଜେଡି ଓ କେନ୍ଦ୍ର ନେତୃତ୍ୱାଧୀନ ଭାଜପା ଏଥର ବୁଝାମଣା ଭିତ୍ତିରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ରାଜ୍ୟସାରା ହୁଲ୍ସ୍ଥୂଲ ପଡିଛି। ହେଲେ ଯାଜପୁର ଜିଲାରେ ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀମାନେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏବେ ଅକଳରେ ପଡିଛନ୍ତି ଦଳ ପରିବର୍ତ୍ତନ କରିଥିବା କେତେଜଣ ଟିକେଟ ଆଶାୟୀ। କାରଣ ଏମାନେ ରାଜନୈତିକ ଦଳ ବଳେଇବାର କେଇ ଦିନ ମଧ୍ୟରେ ରାଜନୀତି ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ଦଳ ଡିଆଁ ନୁହନ୍ତି, ନୂଆ ସମୀକରଣ ନେଇ ଘର ସଜାଡୁ ଥିବା ନେତାଙ୍କ ମୁଣ୍ଡ ମଧ୍ୟ ଅକଲ ଗୁଡୁମ ହୋଇଥିବା ଚର୍ଚ୍ଚା ହେଉଛି। କେଉଁ ଆଧାରରେ ଆସନ ବୁଝାମଣା ହେବ, ତାହା ସ୍ପଷ୍ଟ ହୋଇ ନ ଥିଲେ ବି କେତେଜଣ ଆଶାୟୀ ଏଥର ନିଶ୍ଚିତ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି।
ମେଣ୍ଟ ହେଲେ କେଉଁ ଆସନ କାହା ମୁଣ୍ଡରେ ପଡିବ ତା’ର ପୂର୍ବାନୁମାନ କରି ହେଉନାହିଁ। ତେଣୁ ଆଶାୟୀଙ୍କ ଏଭଳି ଆଶଙ୍କା ହେବା ସ୍ବାଭାବିକ । ଆସନ ବୁଝାମଣାକୁ ଅତୀତ ଘଟଣାକୁ ମନେ ପକାଇଲେ ସୂତ୍ରଟି ହେଉଛି ତେଲିଆ ମୁଣ୍ଡରେ ତେଲ। ପ୍ରାର୍ଥୀଙ୍କ ପତିଆରାକୁ ଦୃଷ୍ଟିରେ ରଖି ଭାଗବଣ୍ଟା ଚୂଡ଼ାନ୍ତ ହୋଇଥାଏ। ଏହାଦ୍ୱାରା ତୃଣମୂଳସ୍ତରର ନେତା ବଳି ପଡନ୍ତି ଏବଂ କେତେଜଣ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ଚମକି ଉଠିଥାଏ। ଏହି କ୍ରମରେ ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଭାଜପାର ପ୍ରଦୀପ ବଳ ସାମନ୍ତ, କୋରେଇ ଭାଜପାରୁ ଆଲେକ୍ଜାଣ୍ଡର ଦାସ, ଧର୍ମଶାଳାର ଭାଜପା ନେତା ହିମାଂଶୁ ଶେଖର ସାହୁ, ବିଜେଡିରୁ ନୂତନ କରି ଭାଜପା ଶିବିରକୁ ଯାଇଥିବା ଦେବାଶିଷ ନାୟକ, ବଡ଼ଚଣାରୁ ଭାଜପା ନେତା ଅମର ନାୟକ ପ୍ରମୁଖ ବଳି ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବିଜେଡିରୁ କୋରେଇ ପୂର୍ବତନ ବିଧାୟକ ଆକାଶ ଦାସନାୟକ ଏଥର ଲୋକଙ୍କ ଅତି ନିକଟତର ହେବାରେ ସକ୍ଷମ ହୋଇ ପାରିଥିବା ମନେ ହେଉଛି। ତେଣୁ ତାଙ୍କ ପାଇଁ ମଧ୍ୟ ଏବେ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ହେଲେ ତାଙ୍କ ସମର୍ଥକମାନେ ଟିକେଟ ମିଳୁ କି ନ ମିଳୁ, ମେଣ୍ଟ ହେଲେ କିଛି ଯାଏ ଆସେ ନୁହେଁ ନିର୍ବାଚନ ମଇଦାନରେ ଠିଆ ହେବା ନିଶ୍ଚିତ ବୋଲି କହି ବୁଲୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏନେଇ ଚର୍ଚ୍ଚା ଜୋର ଧରିଛି। ବିଜେିଡିରେ ସେହିପରି ବରୀରୁ ଉଭୟ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ, ବଡ଼ଚଣାରୁ ଅମର ପ୍ରସାଦ ଶତପଥୀ ଏବଂ କୋରେଇର ବିଧାୟକ ଅଶୋକ ବଳଙ୍କ ମଧ୍ୟରେ ଆଶଙ୍କା ବଢି ଯାଇଛି।
The post ମେଣ୍ଟକୁ ନେଇ ଆଶା ଆଶଙ୍କାରେ ପ୍ରାର୍ଥୀ appeared first on Dharitri Odia News.