ମେଣ୍ଢାଶାଳସ୍ଥିତ ପୁଲିସ ଆଉଟ ପୋଷ୍ଟ ହେବ ‘ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ’, ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ

ଭୁବନେଶ୍ବର : ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଆଇଆଇଆଇଟି, ନାଲକୋ ଆର୍ ଆଣ୍ଡ ଡି ସେଣ୍ଟର, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ଜିଆଇଟି ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏଥିସହ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୁଲିସ ଆଉଟପୋଷ୍ଟକୁ […]

ମେଣ୍ଢାଶାଳସ୍ଥିତ ପୁଲିସ ଆଉଟ ପୋଷ୍ଟ ହେବ ‘ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ’, ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ
Odisha Govt Sanctions Financial Assistance to Patients Suffering from DMD

ଭୁବନେଶ୍ବର : ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଆଇଆଇଆଇଟି, ନାଲକୋ ଆର୍ ଆଣ୍ଡ ଡି ସେଣ୍ଟର, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ଜିଆଇଟି ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏଥିସହ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୁଲିସ ଆଉଟପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂତନ ପୋଲିସ ଷ୍ଟେସନ ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ ବିଏମସିର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ। ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ। ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସ୍‌.ପି ପୁଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ। ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ ।

ଏଥି ସହିତ ମେଣ୍ଢାଶାଳ ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ ପାଇଁ ୩୪ଟି ନୂତନ ପଦବୀ ସୃଷ୍ଟି କରାଯିବ। ପଦବୀ ଗୁଡିକ ହେଉଛି – ଗୋଟିଏ ଇନ୍‌ସପେକ୍ଟର, ୪ଟି ସବ୍‌ଇନ୍‌ସପେକ୍ଟର, ୬ଟି ଏ.ଏସ୍‌.ଆଇ, ୨ଟି ହାବିଲଦାର ଓ ୨୧ଟି କନେଷ୍ଟବଳ । ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍‌ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ।