ମେ’ରୁ ଅଯୋଧ୍ୟାରେ ମସଜିଦ ନିର୍ମାଣ ହେବ

ଅଯୋଧ୍ୟା: ରାମମନ୍ଦିର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ୫ ଏକର ଜମିରେ ଚଳିତ ବର୍ଷ ମେ’ ମାସରୁ ଏକ ସୁଉଚ୍ଚ ମସଜିଦ୍ ନିର୍ମାଣ କରାଯିବ। ଏନେଇ ଇଣ୍ଡୋ-ଇସଲାମିକ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଷ୍ଠାନର ଉନ୍ନ୍ରୟନ କମିଟି ମୁଖ୍ୟ ହାଜି ଆରାଫତ୍ ସେକ୍ ନିର୍ମାଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମସଜିଦ୍ର ନାମ ମହମ୍ମଦଙ୍କ ନାମ ଅନୁସାରେ ‘ମସଜିଦ୍ ମହମ୍ମଦ ବିନ୍ ଅବ୍ଦୁଲ୍ଲା’ ନାମରେ ନାମିତ ହେବ। ଅନୁଷ୍ଠାନର ସଭାପତି ଜୁଫାର୍ ଅହମ୍ମଦ ଫାରୁକି […]

ମେ’ରୁ ଅଯୋଧ୍ୟାରେ ମସଜିଦ ନିର୍ମାଣ ହେବ

ଅଯୋଧ୍ୟା: ରାମମନ୍ଦିର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ୫ ଏକର ଜମିରେ ଚଳିତ ବର୍ଷ ମେ’ ମାସରୁ ଏକ ସୁଉଚ୍ଚ ମସଜିଦ୍ ନିର୍ମାଣ କରାଯିବ। ଏନେଇ ଇଣ୍ଡୋ-ଇସଲାମିକ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଷ୍ଠାନର ଉନ୍ନ୍ରୟନ କମିଟି ମୁଖ୍ୟ ହାଜି ଆରାଫତ୍ ସେକ୍ ନିର୍ମାଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମସଜିଦ୍ର ନାମ ମହମ୍ମଦଙ୍କ ନାମ ଅନୁସାରେ ‘ମସଜିଦ୍ ମହମ୍ମଦ ବିନ୍ ଅବ୍ଦୁଲ୍ଲା’ ନାମରେ ନାମିତ ହେବ। ଅନୁଷ୍ଠାନର ସଭାପତି ଜୁଫାର୍ ଅହମ୍ମଦ ଫାରୁକି କହିଛନ୍ତି ,ମସଜିଦ୍ ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ନିମନ୍ତେ କାହାରିକୁ ଅନୁରୋଧ କରିନାହାନ୍ତି। ଏହା ମଧ୍ୟରେ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ର ନିର୍ମାଣ ହେବାକୁ ଯୋଜନା ରହିଛି। ପାରମ୍ପରିକ ଡିଜାଇନ୍ ସଂଯୁକ୍ତ କରିବାକୁ ଉଦ୍ୟମ କରାଯାଉଥିବାରୁ ମସ୍ଜିଦର ନକ୍ସାରେ ପରିବର୍ତନ କରାଯାଇଛି। ଏଣୁ ମସଜିଦ ନିର୍ମାଣରେ ବିଳମ୍ବ ହୋଇଛି।