ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ ମେହିଦିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ନଜମୁଲ ହୋସେନ ଶାଣ୍ଟୋ ଏହି ଦାୟିତ୍ୱରେ ଥିଲେ। ନିକଟରେ ଶାଣ୍ଟୋ ନିଜ ବ୍ୟାଟିଂ ଉପରେ ଫୋକସ କରିବା ପାଇଁ ଟି୨୦ଆଇ ଦଳର ନେତୃତ୍ୱ ତ୍ୟାଗ କରିଥିଲେ। ହେଲେ ସେ ଦିନିକିଆରେ ଅଧିନାୟକ ଦାୟିତ୍ୱ ଜାରି ରଖିବାକୁ ଚାହୁଁ ଥିଲେ। ବାଂଲାଦେଶ ଦଳ ତା’ର ପରବର୍ତ୍ତୀ […] The post ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ appeared first on Dharitri Odia News.

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ ମେହିଦିଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି।

ପୂର୍ବରୁ ନଜମୁଲ ହୋସେନ ଶାଣ୍ଟୋ ଏହି ଦାୟିତ୍ୱରେ ଥିଲେ। ନିକଟରେ ଶାଣ୍ଟୋ ନିଜ ବ୍ୟାଟିଂ ଉପରେ ଫୋକସ କରିବା ପାଇଁ ଟି୨୦ଆଇ ଦଳର ନେତୃତ୍ୱ ତ୍ୟାଗ କରିଥିଲେ। ହେଲେ ସେ ଦିନିକିଆରେ ଅଧିନାୟକ ଦାୟିତ୍ୱ ଜାରି ରଖିବାକୁ ଚାହୁଁ ଥିଲେ। ବାଂଲାଦେଶ ଦଳ ତା’ର ପରବର୍ତ୍ତୀ ଦିନିକିଆ ସିରିଜ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିବ, ଯାହା କି ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଆଇସିସି ଦିନିକିଆ ଅଲରାଉଣ୍ଡରଙ୍କ ର଼୍ୟାଙ୍କିଙ୍ଗ୍ସ ଚତୁର୍ଥ ସ୍ଥାନରେ ଥିବା ମିରାଜ ୧୦୫ ମ୍ୟାଚ୍‌ରେ ୧,୬୧୭ ରନ କରିବା ସହ ୧୧୦ ଉଇକେଟ ନେଇଛନ୍ତି।

The post ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ appeared first on Dharitri Odia News.