ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ
ନୂଆପଡ଼ା,୨୦ା୪(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ମେ’ ୨୦ରୁ ମଣ୍ଡି ଖୋଲି ରବି ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ପ୍ରତିନିଧି ରାମଲାଲ ହଂସ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, […] The post ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ appeared first on Dharitri Odia News.
ନୂଆପଡ଼ା,୨୦ା୪(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ମେ’ ୨୦ରୁ ମଣ୍ଡି ଖୋଲି ରବି ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ପ୍ରତିନିଧି ରାମଲାଲ ହଂସ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଜିଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଆର୍ଯ୍ୟକୁମାର ମୁଦୁଲି, ଡିଆର୍ସିଏସ୍ ଶିବ ପ୍ରସାଦ ସ୍ବାଇଁ, ଚାଷୀନେତା ଯଦୁମଣି ପାଣିଗ୍ରାହୀ, ମନୋଜ ସାହୁ ଓ ବିଭିନ୍ନ ରାଇସ୍ ମିଲ୍ର ମାଳିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଯୋଗାଣ ଅଧିକାରୀ ରାଉତରାୟ ସଭାକୁ ସଂଯୋଜନା କରି ଗତ ଖରିଫ ମଣ୍ଡି ସମ୍ପର୍କରେ ଅବଗତ କରାଇଥିଲେ। ଗତ ଖରିଫ ମଣ୍ଡିରେ ୨୦ ଲକ୍ଷ ୯୦ ହଜାର ୬୦୬.୦୯ କୁଇଣ୍ଟାଲ ଧାନ କ୍ରୟକରି ନୂଆପଡ଼ା ଜିଲା ପ୍ରାୟ ୯୯.୪୮% ସଫଳତା ପାଇଥିଲା। ଏହାପରେ ସର୍ବସମ୍ମତିକ୍ରମେ ଚଳିତ ରବି ମଣ୍ଡିରେ ଜିଲାର ୨୬ଟି ପ୍ରାଥମିକ କୃଷି ସମବାୟ ସମିତିକୁ ସାମିଲ କରି ୩୨ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଗତ ରବିଋତୁରେ ଜିଲାରେ ୫ ଲକ୍ଷ ୩୩ ହଜାର ୪୬୦ କୁଇଣ୍ଟାଲ ଧାନ କ୍ରୟ କରିବାର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୪ ଲକ୍ଷ ୮୬ ହଜାର ୪୯୦ କୁଇଣ୍ଟାଲ ଧାନ ୯ ହଜାର ୪୩ ଜଣ ଚାଷୀଠାରୁ କ୍ରୟ କରାଯାଇଥିଲା। ଚଳିତ ରବିଋତୁରେ ଧାନ ବିକ୍ରୟ ପାଇଁ ଜିଲାରେ ୧୩ ହଜାର ୨୯୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷର ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ଚଳିତ ବର୍ଷ ରବିରେ ୫ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପରିଶେଷରେ ଜିଲାପାଳ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରୁଖୁରୁରେ ଧାନ କ୍ରୟ ପାଇଁ ମିଲର୍ସ ଓ ଚାଷୀମାନଙ୍କୁ ଆହ୍ବାନ କରିଥିଲେ ଓ ବିଭାଗୀୟ ଅଧିକାରୀ ସହ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ସମସ୍ତ ମଣ୍ଡି ଯାଇ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
The post ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ appeared first on Dharitri Odia News.