ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ
ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା କରି ଅଜ୍ଞାମାଳ ଆଣି ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ନୀଳଗିରି ବସ୍ଷ୍ଟାଣ୍ଡ୍ରୁ ଈଶ୍ବରପୁର ବଉଳଗଡ଼ିଆ ପରିକ୍ରମା କରି ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ପହଞ୍ଚି ପୂର୍ବତନ ଜିଲା ଉପସ୍ବାସ୍ଥ୍ୟଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ଫିତା କାଟି ହୀରକ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ଏକ ବିଶାଳ ରକ୍ତଦାନ ଶିବିରରେ ୯୭ […] The post ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ appeared first on Dharitri Odia News.
ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା କରି ଅଜ୍ଞାମାଳ ଆଣି ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ନୀଳଗିରି ବସ୍ଷ୍ଟାଣ୍ଡ୍ରୁ ଈଶ୍ବରପୁର ବଉଳଗଡ଼ିଆ ପରିକ୍ରମା କରି ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ପହଞ୍ଚି ପୂର୍ବତନ ଜିଲା ଉପସ୍ବାସ୍ଥ୍ୟଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ଫିତା କାଟି ହୀରକ ଜୟନ୍ତୀକୁ ଅନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ଏକ ବିଶାଳ ରକ୍ତଦାନ ଶିବିରରେ ୯୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାବେଳେ ୭ଜଣରୁ ଊର୍ଦ୍ଧ୍ୱ ଡାକ୍ତରର ସହାୟତାରେ ଏକ ବିଶାଳ ସ୍ବାସ୍ଥ୍ୟ ଶିବିରରୁ ସାହସ୍ରାଧିକ ଅଞ୍ଚଳବାସୀ ମାଗଣା ଔଷଧ ସହିତ ସ୍ବାସ୍ଥ୍ୟସେବା ପାଇଥିଲେ। ସନ୍ଧ୍ୟାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତ୍ରିଦିବସୀୟ ହୀରକ ଜୟନ୍ତୀ ସମାରୋହର ପ୍ରଥମ ସନ୍ଧ୍ୟାର ସଭାରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଡକ୍ଟର ଅକ୍ଷୟ କୁମାର ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଚନ୍ଦ୍ରବିନ୍ଦୁ ଦାସ, ସମ୍ମାନିତ ବକ୍ତା ଏଫ୍ଏମ୍ ୟୁନିଭର୍ସିଟି ପିଜି କାଉନସିଲ୍ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ବେହେରା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଅତିଥି ଅଭୟ କୁମାର ମିଶ୍ର, ସମ୍ମାନିତ ବକ୍ତା ଭାସ୍କର ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିବାବେଳେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନେ ହେଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାକୃଷ୍ଣ ଦାସ, ପ୍ରାଣବନ୍ଧୁ ଜେନା, ରବିନାରାୟଣ ପାଣିଗ୍ରାହୀ, ଉମାକାନ୍ତ ମଲିକ, ମନୋରଞ୍ଜନ ରାଉତ, ନରହରି ବିଶ୍ୱାଳ, ନରେନ୍ଦ୍ର କୁମାର ପଣ୍ଡା, ରାମଚନ୍ଦ୍ର ମହାପାତ୍ର, ସ୍କୁଲ କର୍ମଚାରୀ ଭାସ୍କର ଚନ୍ଦ୍ର ସ୍ବାଇଁ, ମହେନ୍ଦ୍ର ମଲିକ ଏବଂ ପ୍ରତିଷ୍ଠାତା ସଦସ୍ୟ ମହେଶ୍ୱର ସେନାପତି ସମ୍ବର୍ଦ୍ଧିତ ହୋଇଥିଲେ। ସଭା ସାଙ୍ଗ ପରେ ଯାତ୍ରା କଳାକାର ପିୟୁଷ ଏବଂ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କ ମଧୁର ସଙ୍ଗୀତ ମୂର୍ଚ୍ଛନାରେ ମତୁଆଲା ହୋଇଥିଲେ।
The post ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ appeared first on Dharitri Odia News.