ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ ଦୀର୍ଘଦିନ ହେଲା ବଡ଼ ବଡ଼ ଖାଲଖମା ରହିଥିବା ବେଳେ ଏହାର ମରାମତି କରାଯାଉନାହିଁ। ଫଳରେ ଦୁର୍ଘଟଣା ଘଟି ଅନେକ ଲୋକ ମୃତାହତ ହେଉଥିବା ନଜିର ରହିଛି। ଏନେଇ ଗ୍ରାମବାସୀ ବାରମ୍ବାର ଦାବି ଆପତ୍ତି କଲେ ମଧ୍ୟ ରାଜପଥ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ରାସ୍ତା ମରାମତି ଦାବିରେ ଶୁକ୍ରବାର ଅପରାହ୍ନରେ […] The post ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ appeared first on Dharitri Odia News.

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ ଦୀର୍ଘଦିନ ହେଲା ବଡ଼ ବଡ଼ ଖାଲଖମା ରହିଥିବା ବେଳେ ଏହାର ମରାମତି କରାଯାଉନାହିଁ। ଫଳରେ ଦୁର୍ଘଟଣା ଘଟି ଅନେକ ଲୋକ ମୃତାହତ ହେଉଥିବା ନଜିର ରହିଛି। ଏନେଇ ଗ୍ରାମବାସୀ ବାରମ୍ବାର ଦାବି ଆପତ୍ତି କଲେ ମଧ୍ୟ ରାଜପଥ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ରାସ୍ତା ମରାମତି ଦାବିରେ ଶୁକ୍ରବାର ଅପରାହ୍ନରେ ଉତ୍ତେଜିତ ଗ୍ରାମବାସୀ ଟାୟାର ଜାଳି ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଯାହାଫଳରେ ଅପରାହ୍ନ ୪ ଟାରୁ ୭ ଟା ପର୍ଯ୍ୟନ୍ତ୍ୟ ୩ ଘଣ୍ଟା ବ୍ୟାପୀ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଖବରପାଇ ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ଜେନା ଏବଂ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଦୂରଦୂରାନ୍ତରୁ ଗାଡ଼ି ମୋଟରରେ ଆସି ଅଟକି ରହିଥିବା ଯାତ୍ରୀଙ୍କ ସ୍ବାର୍ଥ ପାଇଁ ଗ୍ରାମବାସୀ ରାସ୍ତାରୋକୋ ହଟାଇଥିଲେ ମଧ୍ୟ ଶନିବାର ସକାଳୁ ରାସ୍ତା ନର୍ମାଣ ମରାମତି ଦାୟିତ୍ୱରେ ଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆସିବା ପର୍ଯ୍ୟନ୍ତ ପୁଣିଥରେ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

The post ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ appeared first on Dharitri Odia News.