‘ମୋ ଜୀବନର ସବୁଠୁ କଠିନ ବର୍ଷ’, ସ୍ତ୍ରୀ ଏବଂ ବାପାଙ୍କ କ୍ୟାନ୍ସର ଚିକିତ୍ସାକୁ ମନେ ପକାଇଲେ ପ୍ରିନ୍ସ ୱିଲିୟମ୍

ନୂଆଦିଲ୍ଲୀ: ବ୍ରିଟେନ୍ ରାଜ ପରିବାର ପାଇଁ ୨୦୨୪ ବର୍ଷ ଅତି କଷ୍ଟରେ ବିତିଛି । ପ୍ରଥମେ କ୍ୟାଥେରିନ୍ ଏବଂ ପରେ କିଙ୍ଗ୍ ଚାର୍ଲ୍ସ କ୍ୟାନ୍ସର ଚିକିତ୍ସା ହୋଇଛି । ତେବେ ତମାମ ଘଟଣାକ୍ରମଣକୁ ମନେ ପକାଇ ପ୍ରିନ୍ସ ୱିଲିୟମ୍ ଚଳିତ ବର୍ଷକୁ ଅଧିକ ଭୟଙ୍କର ଏବଂ ଜୀବନର ସବୁଠୁ କଠିନ ବର୍ଷ ବୋଲି କହିଛନ୍ତି । କାରଣ ତାଙ୍କ ସ୍ତ୍ରୀ ଏବଂ ବାପାଙ୍କୁ କ୍ୟାନ୍ସରର ଚିକିତ୍ସା କରିବାକୁ ପଡ଼ିଛି । ୱିଲିୟନ ଆର୍ଥସଟ୍ ପୁରସ୍କାର ସମାରୋହ ପାଇଁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ ଯାତ୍ରାର ଶେଷ ଦିନରେ ଏକ ସାକ୍ଷାତକାରରେ ଏହା କହିଛନ୍ତି ।ଚଳିତ ବର୍ଷ କିପରି ବିତିଛି ପ୍ରଶ୍ନର ଜବାବରେ ୱିଲିୟନ କହିଛନ୍ତି, 'ସତ କହିବାକୁ ଗଲେ ଏହା ଭୟାନକ । ସମ୍ଭବତଃ ଏହା ଜୀବନର ସବୁଠୁ କଠିନ ବର୍ଷ । ସବୁ ପରିସ୍ଥିତିର ସାମନା କରିବା ଏବଂ ସବୁ କିଛିକୁ ସଠିକ୍ ରାସ୍ତାରେ ରଖିବା ସତରେ କଠିନ ଅଟେ । କିନ୍ତୁ ମୋ ସ୍ତ୍ରୀ ଏବଂ ବାପାଙ୍କ ପାଇଁ ବି ବର୍ଗ ଅନୁଭବ କରୁଛି । କିନ୍ତୁ ବ୍ୟକ୍ତିଗତ ଭାବେ ଏହା ଅତ୍ୟନ୍ତ କଷ୍ଟ ଦାୟିକ ଥିଲା ।'ଦୁହିଁଙ୍କ କ୍ୟାନ୍ସର ଚିକିତ୍ସା ନେଇ ବକିଂଘମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଥିଲା । ଫେବ୍ରୁଆରିରେ ୱିଲିୟମଙ୍କ ବାପା,କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନ୍ସର ହୋଇଥିଲା । ୱିଲିୟମଙ୍କ ସ୍ତ୍ରୀ, ପ୍ରିନ୍ସେସ୍ ଅଫ୍ ୱେଲ୍ସଙ୍କ ମାର୍ଚ୍ଚରେ କ୍ୟାନ୍ସର ଚିକିତ୍ସା ଚାଲିଥିବା କୁହାଯାଇଥିଲା ।ରାଜକୁମାରୀ କ୍ୟାଥେରିନ୍ ସେପ୍ଟେମ୍ୱର ନିକ କାମକୁ

‘ମୋ ଜୀବନର ସବୁଠୁ କଠିନ ବର୍ଷ’, ସ୍ତ୍ରୀ ଏବଂ ବାପାଙ୍କ କ୍ୟାନ୍ସର ଚିକିତ୍ସାକୁ ମନେ ପକାଇଲେ ପ୍ରିନ୍ସ ୱିଲିୟମ୍

ନୂଆଦିଲ୍ଲୀ: ବ୍ରିଟେନ୍ ରାଜ ପରିବାର ପାଇଁ ୨୦୨୪ ବର୍ଷ ଅତି କଷ୍ଟରେ ବିତିଛି । ପ୍ରଥମେ କ୍ୟାଥେରିନ୍ ଏବଂ ପରେ କିଙ୍ଗ୍ ଚାର୍ଲ୍ସ କ୍ୟାନ୍ସର ଚିକିତ୍ସା ହୋଇଛି । ତେବେ ତମାମ ଘଟଣାକ୍ରମଣକୁ ମନେ ପକାଇ ପ୍ରିନ୍ସ ୱିଲିୟମ୍ ଚଳିତ ବର୍ଷକୁ ଅଧିକ ଭୟଙ୍କର ଏବଂ ଜୀବନର ସବୁଠୁ କଠିନ ବର୍ଷ ବୋଲି କହିଛନ୍ତି । କାରଣ ତାଙ୍କ ସ୍ତ୍ରୀ ଏବଂ ବାପାଙ୍କୁ କ୍ୟାନ୍ସରର ଚିକିତ୍ସା କରିବାକୁ ପଡ଼ିଛି । ୱିଲିୟନ ଆର୍ଥସଟ୍ ପୁରସ୍କାର ସମାରୋହ ପାଇଁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ ଯାତ୍ରାର ଶେଷ ଦିନରେ ଏକ ସାକ୍ଷାତକାରରେ ଏହା କହିଛନ୍ତି ।

ଚଳିତ ବର୍ଷ କିପରି ବିତିଛି ପ୍ରଶ୍ନର ଜବାବରେ ୱିଲିୟନ କହିଛନ୍ତି, 'ସତ କହିବାକୁ ଗଲେ ଏହା ଭୟାନକ । ସମ୍ଭବତଃ ଏହା ଜୀବନର ସବୁଠୁ କଠିନ ବର୍ଷ । ସବୁ ପରିସ୍ଥିତିର ସାମନା କରିବା ଏବଂ ସବୁ କିଛିକୁ ସଠିକ୍ ରାସ୍ତାରେ ରଖିବା ସତରେ କଠିନ ଅଟେ । କିନ୍ତୁ ମୋ ସ୍ତ୍ରୀ ଏବଂ ବାପାଙ୍କ ପାଇଁ ବି ବର୍ଗ ଅନୁଭବ କରୁଛି । କିନ୍ତୁ ବ୍ୟକ୍ତିଗତ ଭାବେ ଏହା ଅତ୍ୟନ୍ତ କଷ୍ଟ ଦାୟିକ ଥିଲା ।'

ଦୁହିଁଙ୍କ କ୍ୟାନ୍ସର ଚିକିତ୍ସା ନେଇ ବକିଂଘମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଥିଲା । ଫେବ୍ରୁଆରିରେ ୱିଲିୟମଙ୍କ ବାପା,କିଙ୍ଗ ଚାର୍ଲ୍ସଙ୍କୁ କ୍ୟାନ୍ସର ହୋଇଥିଲା । ୱିଲିୟମଙ୍କ ସ୍ତ୍ରୀ, ପ୍ରିନ୍ସେସ୍ ଅଫ୍ ୱେଲ୍ସଙ୍କ ମାର୍ଚ୍ଚରେ କ୍ୟାନ୍ସର ଚିକିତ୍ସା ଚାଲିଥିବା କୁହାଯାଇଥିଲା ।

ରାଜକୁମାରୀ କ୍ୟାଥେରିନ୍ ସେପ୍ଟେମ୍ୱର ନିକ କାମକୁ ଫେରିଥିଲେ । ପରିବାର ସହ ଏକ ଭିଡିଓରେ ସେ ନଜର ଆସିଥିଲେ । ରାଜକୁମାରୀ କ୍ୟାଟଙ୍କୁ କିମୋଥେରେପି ଦିଆଯାଇଥିଲା । କିଙ୍ଗ ଚାର୍ଲ୍ସ ମଧ୍ୟ ଧୀରେ ଧୀରେ କ୍ୟାନ୍ସରରୁ ସୁସ୍ଥ ହେବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେ ସାର୍ବଜନୀନ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ।