‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର

ଭୁବନେଶ୍ୱର,୪।୩: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ଏହାକୁ ନେଇ ଏବେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରେ ତ ଫାଟିଗଲା, ଆଉ ସମ୍ପର୍କ ନ ଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ପୁଅର ଆର଼େଞ୍ଜଡ ମ୍ୟାରେଜ ହୋଇଛି ପ୍ରେମ, ଫ୍ରେମ ହେଇନି। ବିବାହ ଗୁପ୍ତରେ ହୋଇନି, ଆମ କୁଟୁମ୍ବ ବଡ଼। ଆମେ ଲୁଚାଛୁପାରେ କରୁନା। ଆମେ ବିଜେଡି, […] The post ‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର appeared first on Dharitri Odia News.

‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର

ଭୁବନେଶ୍ୱର,୪।୩: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ଏହାକୁ ନେଇ ଏବେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରେ ତ ଫାଟିଗଲା, ଆଉ ସମ୍ପର୍କ ନ ଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ପୁଅର ଆର଼େଞ୍ଜଡ ମ୍ୟାରେଜ ହୋଇଛି ପ୍ରେମ, ଫ୍ରେମ ହେଇନି। ବିବାହ ଗୁପ୍ତରେ ହୋଇନି, ଆମ କୁଟୁମ୍ବ ବଡ଼। ଆମେ ଲୁଚାଛୁପାରେ କରୁନା। ଆମେ ବିଜେଡି, ଭାଜପା, କଂଗ୍ରେସକୁ ଡାକୁ।

ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର। ସେ ମୁମ୍ବାଇରେ ଚାକିରି କରନ୍ତି । ଉଭୟଙ୍କ ଚନ୍ଦକା ରୋସର୍ଟରେ ବିବାହ ହୋଇଛି । ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ବିବାହରେ ସୁର ରାଉତରାୟ କିଛି ସମୟ ପାଇଁ ପାଇଁ ଉପସ୍ଥିତ ଥିଲେ। ବିବାହ ସମୟରେ ଉପସ୍ଥିତ ମନ୍ମଥଙ୍କ ମା ମାଳତୀ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ ।

 

The post ‘ମୋ ପୁଅର ପ୍ରେମ, ଫ୍ରେମ ହେଇନି’, ମନ୍ମଥଙ୍କ ବିବାହକୁ ନେଇ କହୁ କହୁ ସବୁ ଖୋଲିଦେଲେ ସୁର appeared first on Dharitri Odia News.