'ମୋତେ କେହିବି ରୋକି ପାରିବେନି...': ଇସ୍ରାଏଲ ଉପରେ ଏୟାର ଷ୍ଟ୍ରାଇକ୍ ପରେ ନେତାନ୍ୟାହୁଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ମୋତେ କେହି ବି ରୋକି ପାରିବେ ନାହିଁ। ଇସ୍ରାଏଲ୍ ଏହି ଯୁଦ୍ଧରେ ଜିତିବାକୁ ଯାଉଛି। ଘର ଉପରେ ଡ୍ରୋନ୍ ହମଲା ପରେ ଏଭଳି କହିଛନ୍ତି ପିଏମ୍ ନେତାନ୍ୟାହୁ। ସୋସିଆଲ ମିଡିଆରେ ଉଭୟ ଇଂରାଜୀ ଏବଂ ହିବ୍ରୁ ଭାଷାରେ ପୋଷ୍ଟ ହୋଇଥିବା ଭିଡିଓରେ ନେତାନ୍ୟାହୁ କହିଛନ୍ତି, "ଆପଣ ଜାଣନ୍ତି, ଦୁଇ ଦିନ ପୂର୍ବେ ଆମେ ହତ୍ୟାକାରୀ ହାମାସ ନେତା ୟାହିୟା ସିନୱାରଙ୍କୁ ସଫା କରିଛୁ। ମୁଁ ଯେପରି କହିଛି, ଆମେ ଏକ ଯୁଦ୍ଧରେ ଅଛୁ, ଏବଂ ଆମେ ଶେଷ ପର୍ଯ୍ୟନ୍ତ ଜାରି ରଖିଛୁ।"ନେତାନ୍ୟାହୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀକୁ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ ମୁଁ ଆମର ସୈନିକମାନଙ୍କ ପାଇଁ ଗର୍ବିତ। ମୁଁ ଆମର କମାଣ୍ଡୋମାନଙ୍କ ପାଇଁ ଗର୍ବିତ। ଇସ୍ରାଏଲ ନାଗରିକମାନେ ସେମାନଙ୍କ ପାଇଁ ଗର୍ବିତ ଇସ୍ରାଏଲ।ହମାସ ମୁଖ୍ୟ ୟାହୟା ସିନଓ୍ୱାରଙ୍କ ମୃତ୍ୟୁର ଦିନକ ପରେ ଇସ୍ରାଏଲ୍ ଉପରେ ଆଟାକ୍ କରିଛି ହେଜବୁଲ୍ଲା। ଲେବନାନରୁ ଇସ୍ରାଏଲ୍ର ଏକ ବିଲ୍ଡିଂ ଉପରେ ହେଜବୁଲ୍ଲା ଡ୍ରୋନ୍ ମାଡ଼ କରିଛି । ଏହି ହମ୍ଲା ଜରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରାଯାଇଛି। ଇସ୍ରାଏଲ୍ର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।The Prime Minister of Israel - Benjamin Netanyahu:“Nothing will deter us”. pic.twitter.com/psOUZe3mmg— Israel War Room (@IsraelWarRoo
ନୂଆଦିଲ୍ଲୀ: ମୋତେ କେହି ବି ରୋକି ପାରିବେ ନାହିଁ। ଇସ୍ରାଏଲ୍ ଏହି ଯୁଦ୍ଧରେ ଜିତିବାକୁ ଯାଉଛି। ଘର ଉପରେ ଡ୍ରୋନ୍ ହମଲା ପରେ ଏଭଳି କହିଛନ୍ତି ପିଏମ୍ ନେତାନ୍ୟାହୁ। ସୋସିଆଲ ମିଡିଆରେ ଉଭୟ ଇଂରାଜୀ ଏବଂ ହିବ୍ରୁ ଭାଷାରେ ପୋଷ୍ଟ ହୋଇଥିବା ଭିଡିଓରେ ନେତାନ୍ୟାହୁ କହିଛନ୍ତି, "ଆପଣ ଜାଣନ୍ତି, ଦୁଇ ଦିନ ପୂର୍ବେ ଆମେ ହତ୍ୟାକାରୀ ହାମାସ ନେତା ୟାହିୟା ସିନୱାରଙ୍କୁ ସଫା କରିଛୁ। ମୁଁ ଯେପରି କହିଛି, ଆମେ ଏକ ଯୁଦ୍ଧରେ ଅଛୁ, ଏବଂ ଆମେ ଶେଷ ପର୍ଯ୍ୟନ୍ତ ଜାରି ରଖିଛୁ।"
ନେତାନ୍ୟାହୁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀକୁ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ ମୁଁ ଆମର ସୈନିକମାନଙ୍କ ପାଇଁ ଗର୍ବିତ। ମୁଁ ଆମର କମାଣ୍ଡୋମାନଙ୍କ ପାଇଁ ଗର୍ବିତ। ଇସ୍ରାଏଲ ନାଗରିକମାନେ ସେମାନଙ୍କ ପାଇଁ ଗର୍ବିତ ଇସ୍ରାଏଲ।
ହମାସ ମୁଖ୍ୟ ୟାହୟା ସିନଓ୍ୱାରଙ୍କ ମୃତ୍ୟୁର ଦିନକ ପରେ ଇସ୍ରାଏଲ୍ ଉପରେ ଆଟାକ୍ କରିଛି ହେଜବୁଲ୍ଲା। ଲେବନାନରୁ ଇସ୍ରାଏଲ୍ର ଏକ ବିଲ୍ଡିଂ ଉପରେ ହେଜବୁଲ୍ଲା ଡ୍ରୋନ୍ ମାଡ଼ କରିଛି । ଏହି ହମ୍ଲା ଜରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରାଯାଇଛି। ଇସ୍ରାଏଲ୍ର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି।
The Prime Minister of Israel - Benjamin Netanyahu:
“Nothing will deter us”. pic.twitter.com/psOUZe3mmg— Israel War Room (@IsraelWarRoom) October 19, 2024
ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ନେଇ ସ୍ପଷ୍ଟ କରିଛି। ଦକ୍ଷିଣ ହାଇଫାର କେସରିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବାସଭବନ ନିକଟରେ ଡ୍ରୋନ୍ ହମ୍ଲା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଲେବନାନ ପଟୁ ରକେଟ୍ ମାଡ଼ ହେବା ପରେ ସକାଳେ ହାଇଫା ଅଞ୍ଚଳରେ ଓ୍ୱାର୍ଣ୍ଣିଂ ସାଇରନ୍ ବାଜି ଉଠିଥିଲା ବୋଲି ଆଇଡିଏଫ କହିଛି।
ଡ୍ରୋନ୍ ସିଧାସଳଖ ଟାର୍ଗେଟକୁ ମାରିବାରେ ସକ୍ଷମ ଥିଲା। ଇସ୍ରାଏଲର ସୁରକ୍ଷା ବାହିନୀ ସ୍ୱୀକାର କରିଛି ଯେ ଡ୍ରୋନ୍ ଆକ୍ରମଣକୁ ରୋକିବାରେ ଏହାର ଏୟାର ଡିଫେନ୍ସ ସିଷ୍ଟମ୍ ବିଫଳ ହୋଇଛି।