ୟୁକ୍ରେନକୁ ବଡ଼ ଝଟକା; ଆଉ ମିଳିବନି ସୈନ୍ୟ ସହାୟତା, ନାଟୋ ବଦଳାଇଲା ନିଜ ନିଷ୍ପତ୍ତି

ନୂଆଦିଲ୍ଲୀ: ଯୁଦ୍ଧ ଘନଘୋଟା ଭିତରେ ୟୁକ୍ରେନକୁ ବଡ଼ ଝଟକା । ସୈନ୍ୟ ସହାୟତାରୁ ଓହରିଲା ନାଟୋ । ଯୁଦ୍ଧ ପୀଡ଼ିତ କୀଭକୁ ପୂର୍ବରୁ ସହଯୋଗ ନେଇ ଘୋଷଣା କରିଥିଲା । ମାତ୍ର ନାଟୋ ସଦସ୍ୟ ଦେଶମାନେ ଯୋଜନାରୁ ପଛକୁ ହଟିଛନ୍ତି । ନର୍ଥ ଅଣ୍ଟାଲାଟିକ୍ ଟ୍ରିଟି ଅର୍ଗାନାଇଜେସନର ଏହି ନିଷ୍ପତ୍ତିରେ ୟୁକ୍ରେନର ଚିନ୍ତା ବଢ଼ିଯାଇଛି ।  ନ୍ୟୁଜି ଏଜେନ୍ସି ରୟଟର୍ସ ଅନୁଯାୟୀ, ୟୁରୋପୀୟ ନେତାଙ୍କ ଭୂ-ରାଜନୀତି ପରିସ୍ଥିତି ଉପରେ ଏବେ ବ୍ରିଟେନ ଓ ଫ୍ରାନ୍ସ ଦ୍ବାରା ଦିଆଯାଇଥିବା ସୈନ୍ୟ ସହାୟତା ପ୍ରସ୍ତାବ ଉପରେ ବିଚାର କରାଯାଉଛି । ୟୁରୋପୀୟ ଦେଶ ୟୁକ୍ରେନକୁ ଦେଇଥିବା ସହଯୋଗ ପ୍ରସ୍ତାବରୁ ପଛକୁ ହଟିବାର କାରଣ ହେଉଛି, ଯୁଦ୍ଧ ସ୍ଥିତି ଧୀରେ ଧୀରେ ସୁଧାର ଆସୁଛି । ଅନ୍ୟପଟେ ଆମେରିକାର ମଧ୍ୟସ୍ଥତାରେ ଋଷ୍ ଓ ୟୁକ୍ରେନ ମଧ୍ୟରେ ଆଂଶିକ ଯୁଦ୍ଧବିରାମ ନେଇ ଆଲୋଚନା ହୋଇଛି । କୃଷ୍ଣ ସାଗରରେ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏହାସହିତ ଦୁଇ ଦେଶର ଆଣବିକ ଶକ୍ତି କେନ୍ଦ୍ର ଉପରେ ହମଲା ବନ୍ଦ କରିବାକୁ ଚୁକ୍ତି ହୋଇଥିବା କୁହାଯାଉଛି । ସେପଟେ ଭ୍ଲାଦିମିର ପୁଟିନ ଋଷ୍ ଉପରୁ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ କହିଛି । ଯୁଦ୍ଧବିରତି ନେଇ ଟ୍ରମ୍ପ ଏକ ସକରାତ୍ମକ ଆଶ୍ବସନା ଦେବା ପରେ ୟୁରୋପୀୟ ଦେଶ ୟୁକ୍ରେନକୁ ନେଇ ଦେଇଥିବା ସୈନ୍ୟ ସହାୟତା ପ୍ରତିଶୃତିରୁ ପଛକୁ ହଟିଛନ୍ତି ।    ଏପଟେ ମାର୍ଚ୍ଚ ୧୧ ତାରିଖରେ ଫ୍ରାନ୍ସ ରାଜଧ

ୟୁକ୍ରେନକୁ ବଡ଼ ଝଟକା; ଆଉ ମିଳିବନି ସୈନ୍ୟ ସହାୟତା, ନାଟୋ ବଦଳାଇଲା ନିଜ ନିଷ୍ପତ୍ତି

ନୂଆଦିଲ୍ଲୀ: ଯୁଦ୍ଧ ଘନଘୋଟା ଭିତରେ ୟୁକ୍ରେନକୁ ବଡ଼ ଝଟକା । ସୈନ୍ୟ ସହାୟତାରୁ ଓହରିଲା ନାଟୋ । ଯୁଦ୍ଧ ପୀଡ଼ିତ କୀଭକୁ ପୂର୍ବରୁ ସହଯୋଗ ନେଇ ଘୋଷଣା କରିଥିଲା । ମାତ୍ର ନାଟୋ ସଦସ୍ୟ ଦେଶମାନେ ଯୋଜନାରୁ ପଛକୁ ହଟିଛନ୍ତି । ନର୍ଥ ଅଣ୍ଟାଲାଟିକ୍ ଟ୍ରିଟି ଅର୍ଗାନାଇଜେସନର ଏହି ନିଷ୍ପତ୍ତିରେ ୟୁକ୍ରେନର ଚିନ୍ତା ବଢ଼ିଯାଇଛି ।  

ନ୍ୟୁଜି ଏଜେନ୍ସି ରୟଟର୍ସ ଅନୁଯାୟୀ, ୟୁରୋପୀୟ ନେତାଙ୍କ ଭୂ-ରାଜନୀତି ପରିସ୍ଥିତି ଉପରେ ଏବେ ବ୍ରିଟେନ ଓ ଫ୍ରାନ୍ସ ଦ୍ବାରା ଦିଆଯାଇଥିବା ସୈନ୍ୟ ସହାୟତା ପ୍ରସ୍ତାବ ଉପରେ ବିଚାର କରାଯାଉଛି । ୟୁରୋପୀୟ ଦେଶ ୟୁକ୍ରେନକୁ ଦେଇଥିବା ସହଯୋଗ ପ୍ରସ୍ତାବରୁ ପଛକୁ ହଟିବାର କାରଣ ହେଉଛି, ଯୁଦ୍ଧ ସ୍ଥିତି ଧୀରେ ଧୀରେ ସୁଧାର ଆସୁଛି । 

ଅନ୍ୟପଟେ ଆମେରିକାର ମଧ୍ୟସ୍ଥତାରେ ଋଷ୍ ଓ ୟୁକ୍ରେନ ମଧ୍ୟରେ ଆଂଶିକ ଯୁଦ୍ଧବିରାମ ନେଇ ଆଲୋଚନା ହୋଇଛି । କୃଷ୍ଣ ସାଗରରେ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏହାସହିତ ଦୁଇ ଦେଶର ଆଣବିକ ଶକ୍ତି କେନ୍ଦ୍ର ଉପରେ ହମଲା ବନ୍ଦ କରିବାକୁ ଚୁକ୍ତି ହୋଇଥିବା କୁହାଯାଉଛି । ସେପଟେ ଭ୍ଲାଦିମିର ପୁଟିନ ଋଷ୍ ଉପରୁ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ କହିଛି । ଯୁଦ୍ଧବିରତି ନେଇ ଟ୍ରମ୍ପ ଏକ ସକରାତ୍ମକ ଆଶ୍ବସନା ଦେବା ପରେ ୟୁରୋପୀୟ ଦେଶ ୟୁକ୍ରେନକୁ ନେଇ ଦେଇଥିବା ସୈନ୍ୟ ସହାୟତା ପ୍ରତିଶୃତିରୁ ପଛକୁ ହଟିଛନ୍ତି ।    

ଏପଟେ ମାର୍ଚ୍ଚ ୧୧ ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ୩୦ରୁ ଅଧିକ ଦେଶର ସୈନ୍ୟ ଅଧିକାରୀଙ୍କୁ ନେଇ ଏକ ମିଟିଂ ହୋଇଥିଲା । ଏହା ପ୍ୟାରିସ୍ ଯୋଜନା ବୋଲି କୁହାଯାଉଥିଲା । ଯେଉଁଥିରେ  ଏକ ଅନ୍ତରାଷ୍ଟ୍ରୀୟ ସେନା ସଂଗଠନ ତିଆରି ପାଇଁ ଚର୍ଚ୍ଚା ହୋଇଥିଲା । ଋଷ୍ ସୈନ୍ୟ ଆକ୍ରମଣରୁ ପ୍ରତିହତ କରିବା ପାଇଁ ଆଲୋଚନା କରୁଥିଲେ ନାଟୋ ଦେଶର ସମସ୍ତ ସୈନ୍ୟ ଅଧିକାରୀ । ମାତ୍ର ୟୁରୋପୀୟ ଦେଶର ଏହି ଯୋଜନା ଏବେ ଝୁଲି କରି ରହିଛି । ଫଳରେ ଯୁକ୍ରେନକୁ ବଡ଼ ଝଟକା ଲାଗିଛି । ...