ପୋଲିସର ପକ୍ଷପାତିତା ନେଇ ଥାନା ଘେରିଲେ ମହିଳା

ଚଣ୍ଡିଖୋଲ ୨୫।୦୨ : ପୋଲିସର ପକ୍ଷପାତିତା ଅଭିଯୋଗ । ଯାଜପୁର ଜିଲ୍ଲା ଜେନାପୁର ପୋଲିସ ନାଁରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି ମହିଳା । ନ୍ୟାୟ ମହିଳା ଦାବିରେ ଥାନା ଘେରାଉ କରିଛନ୍ତି ମହିଳା । ବିଜେପି ନେତ୍ରୀ ସ୍ମୃତିରେଖା ପହି ଥାନା ପହଞ୍ଚି ଉତ୍ୟକ୍ତ ମହିଳା ଏବଂ ପୋଲିସ ସହ ଘଟଣାସଂପର୍କରେ ଆଲୋଚନା କରିଛନ୍ତି । ଖବର ଅନୁସାରେ, ଜେନାପୁର ଥାନା ଅଧୀନ ମର୍ଜିତାପୁର ଗାଁର ଚନ୍ଦ୍ରମଣି ସାହୁ ଜଣଙ୍କ ଏକାଦଶାହ ଭୋଜିକୁ ଯିବାର ଥିଲା । କୌଣସି କାରଣରୁ ସେ ଯାଇପାରିନଥିଲେ । ଯାହାକୁ ନେଇ ସେହି ଗାଁ ୩ ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ନିରପେକ୍ଷ ତଦନ୍ତ ନକରି ଉଭୟ ପକ୍ଷଙ୍କ ନାଁରେ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି। ଏନେଇ ମଙ୍ଗଳବାର ଦିନ ଗାଁର ଅନେକ ମହିଳା ଥାନାକୁ ଯାଇ ଏହାର ପ୍ରତିବାଦ କରିଥିଲେ। ଏପିରିକି ଥାନା ସମ୍ମୁଖରେ ଧାରଣା ମଧ୍ୟ ବସିଥିଲେ । ପରେ ଏହି ଘଟଣାକୁ ନେଇ ବିଜେପି ନେତ୍ରୀ ଶ୍ରୀମତୀ ପହି ଯାଜପୁରରୋଡ଼ ଏସଡିପିଓଙ୍କ ସହ ଆଲୋଚନା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ପୋଲିସର ପକ୍ଷପାତିତା ନେଇ ଥାନା ଘେରିଲେ ମହିଳା

ଚଣ୍ଡିଖୋଲ ୨୫।୦୨ : ପୋଲିସର ପକ୍ଷପାତିତା ଅଭିଯୋଗ । ଯାଜପୁର ଜିଲ୍ଲା ଜେନାପୁର ପୋଲିସ ନାଁରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି ମହିଳା । ନ୍ୟାୟ ମହିଳା ଦାବିରେ ଥାନା ଘେରାଉ କରିଛନ୍ତି ମହିଳା । ବିଜେପି ନେତ୍ରୀ ସ୍ମୃତିରେଖା ପହି ଥାନା ପହଞ୍ଚି ଉତ୍ୟକ୍ତ ମହିଳା ଏବଂ ପୋଲିସ ସହ ଘଟଣାସଂପର୍କରେ ଆଲୋଚନା କରିଛନ୍ତି । 

ଖବର ଅନୁସାରେ, ଜେନାପୁର ଥାନା ଅଧୀନ ମର୍ଜିତାପୁର ଗାଁର ଚନ୍ଦ୍ରମଣି ସାହୁ ଜଣଙ୍କ ଏକାଦଶାହ ଭୋଜିକୁ ଯିବାର ଥିଲା । କୌଣସି କାରଣରୁ ସେ ଯାଇପାରିନଥିଲେ । ଯାହାକୁ ନେଇ ସେହି ଗାଁ ୩ ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ନିରପେକ୍ଷ ତଦନ୍ତ ନକରି ଉଭୟ ପକ୍ଷଙ୍କ ନାଁରେ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଛି। ଏନେଇ ମଙ୍ଗଳବାର ଦିନ ଗାଁର ଅନେକ ମହିଳା ଥାନାକୁ ଯାଇ ଏହାର ପ୍ରତିବାଦ କରିଥିଲେ। ଏପିରିକି ଥାନା ସମ୍ମୁଖରେ ଧାରଣା ମଧ୍ୟ ବସିଥିଲେ । ପରେ ଏହି ଘଟଣାକୁ ନେଇ ବିଜେପି ନେତ୍ରୀ ଶ୍ରୀମତୀ ପହି ଯାଜପୁରରୋଡ଼ ଏସଡିପିଓଙ୍କ ସହ ଆଲୋଚନା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।