'ମୋତେ ୮୦ ହେଲାଣି, ୩୦ ବର୍ଷ ହେଲା ଏଇଠି ଅପେକ୍ଷା କରିଛି, ଭରସା ଅଛି, ଜଗା ନିଶ୍ଚୟ ଆସିବ'

ପୁରୀ: କଥାରେ ଅଛି ବିଶ୍ୱାସ ବଳେ ଭଗବାନ୍। ଯଦି ମହାପ୍ରଭୁଙ୍କ ଉପରେ ଆମର ବିଶ୍ୱାସ ଅଛି ତେବେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ଯେଉଁଠି ନିଜ ପରିବାର ଲୋକ ପର କରିଦିଅନ୍ତି ସେଠି ମହପ୍ରଭୁ ଶ୍ରୀଜଗନ୍ନାଥ ହିଁ ଆପଣେଇ ନିଅନ୍ତି। ଠିକ୍ ଏହି ଆଶାରେ ପୁରୀ ବଡ଼ଦାଣ୍ଡରେ ବସି ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରୁଛନ୍ତି ୮୦  ବର୍ଷୀୟା ବୟସ୍କା ମହିଳା ନୀଳ ସାହୁ। ମହା ପ୍ରଭୁ ଦିନେନା ଦିନେ ତାଙ୍କ ଡାକ ଶୁଣିବେ। ମହାବାହୁ ମେଲି ତାଙ୍କୁ ପାଖକୁ ନେଇଯିବେ। ଏହି ଅପେକ୍ଷାରେ ନୀଳକନ୍ଦରକୁ ଚାହିଁ ରହିଛନ୍ତି ନୀଳ।   ଖୋର୍ଦ୍ଧା ଭୁଷୁଣ୍ଡପୁର ଅଞ୍ଚଳରେ ନୀଳ ସାହୁଙ୍କ ଘର। ୭ ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲା ନୀଳ ସାହୁ। ଗୋଟିଏ ବୋଲି ପୁଅ ବାହା ହେଇ ଶ୍ୱଶୁର ଘରେ ରହୁଛି। ଝିଅଙ୍କୁ ମଧ୍ୟ ବାହା କରେଇ ଦେଇଛନ୍ତି। ଯିଏ ଯାହା ବାଟରେ ଚାଲିଯିବା ପରେ ଏବେ ନୀଳ ସମ୍ପୂର୍ଣ୍ଣ ଏକା। ପେଟ ପୋଷିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ସନ୍ତୁଷ୍ଟ ହେଉଛନ୍ତି। ତେବେ ଯେଉଁଦିନ ରୋଜଗାର ନହୁଏ ସେଦିନ ତାଙ୍କୁ ଉପାସରେ ରହିବାକୁ ପଡ଼ୁଛି। ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି?.. ଝିଅ ପୁଅ ସବୁଥିଲେ କେହି ତାଙ୍କୁ ପାଖରେ ରଖନ୍ତି ନାହିଁ। ହେଲେ ନୀଳ ମାଉସୀ କାହାକୁ ଦୋଷ ଦିଅନ୍ତି ନାହିଁ। ଓଲଟି କହନ୍ତି, ସମସ୍ତେ ନିଜ ନିଜ ଜଞ୍ଜାଳରେ ଅଛନ୍ତି।

'ମୋତେ ୮୦ ହେଲାଣି, ୩୦ ବର୍ଷ ହେଲା ଏଇଠି ଅପେକ୍ଷା କରିଛି, ଭରସା ଅଛି, ଜଗା ନିଶ୍ଚୟ ଆସିବ'

ପୁରୀ: କଥାରେ ଅଛି ବିଶ୍ୱାସ ବଳେ ଭଗବାନ୍। ଯଦି ମହାପ୍ରଭୁଙ୍କ ଉପରେ ଆମର ବିଶ୍ୱାସ ଅଛି ତେବେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ଯେଉଁଠି ନିଜ ପରିବାର ଲୋକ ପର କରିଦିଅନ୍ତି ସେଠି ମହପ୍ରଭୁ ଶ୍ରୀଜଗନ୍ନାଥ ହିଁ ଆପଣେଇ ନିଅନ୍ତି। ଠିକ୍ ଏହି ଆଶାରେ ପୁରୀ ବଡ଼ଦାଣ୍ଡରେ ବସି ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରୁଛନ୍ତି ୮୦  ବର୍ଷୀୟା ବୟସ୍କା ମହିଳା ନୀଳ ସାହୁ। 

ମହା ପ୍ରଭୁ ଦିନେନା ଦିନେ ତାଙ୍କ ଡାକ ଶୁଣିବେ। ମହାବାହୁ ମେଲି ତାଙ୍କୁ ପାଖକୁ ନେଇଯିବେ। ଏହି ଅପେକ୍ଷାରେ ନୀଳକନ୍ଦରକୁ ଚାହିଁ ରହିଛନ୍ତି ନୀଳ।   

ଖୋର୍ଦ୍ଧା ଭୁଷୁଣ୍ଡପୁର ଅଞ୍ଚଳରେ ନୀଳ ସାହୁଙ୍କ ଘର। ୭ ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲା ନୀଳ ସାହୁ। ଗୋଟିଏ ବୋଲି ପୁଅ ବାହା ହେଇ ଶ୍ୱଶୁର ଘରେ ରହୁଛି। ଝିଅଙ୍କୁ ମଧ୍ୟ ବାହା କରେଇ ଦେଇଛନ୍ତି। ଯିଏ ଯାହା ବାଟରେ ଚାଲିଯିବା ପରେ ଏବେ ନୀଳ ସମ୍ପୂର୍ଣ୍ଣ ଏକା। 

ପେଟ ପୋଷିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ସନ୍ତୁଷ୍ଟ ହେଉଛନ୍ତି। ତେବେ ଯେଉଁଦିନ ରୋଜଗାର ନହୁଏ ସେଦିନ ତାଙ୍କୁ ଉପାସରେ ରହିବାକୁ ପଡ଼ୁଛି। ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି?.. ଝିଅ ପୁଅ ସବୁଥିଲେ କେହି ତାଙ୍କୁ ପାଖରେ ରଖନ୍ତି ନାହିଁ। ହେଲେ ନୀଳ ମାଉସୀ କାହାକୁ ଦୋଷ ଦିଅନ୍ତି ନାହିଁ। ଓଲଟି କହନ୍ତି, ସମସ୍ତେ ନିଜ ନିଜ ଜଞ୍ଜାଳରେ ଅଛନ୍ତି। ସେମାନେ କ’ଣ କରିବେ?। ମୁଁ ଜଗା ଭରସାରେ ବସିଛି। ମୋର ଆଉ କୁଆଡ଼େ ଯିବାକୁ ଇଚ୍ଛା ନାହିଁ। ଜଗା ମୋତେ ମାରିଲେ ମାରୁ ତାରିଲେ ତାରୁ। 

ଦୀର୍ଘ ୩୦ ବର୍ଷ ହେଲା ଏମିତି ଖରା ବର୍ଷାରେ ବଡ଼ ଦାଣ୍ଡରେ ବସି ନିର୍ମାଲ୍ୟ ବିକୁଛନ୍ତି ନୀଳ ମାଉସୀ। ଦିନେନା ଦିନେ ଜଗା ତାଙ୍କୁ ପାଖକୁ ନେଇଯିବ ନୀଳ ମାଉସୀଙ୍କର ଏହି ଗୋଟିଏ ଆଶା।