ମୋଦି ସରକାର ୩.୦: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି
ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ସମାରୋହରେ ଦେଶ ତଥା ବିଦେଶରୁ ବହୁ ଅତିଥି ଯୋଗ ଦେଇଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ଜେପି ନଡ୍ଡା ଆଦି ମନ୍ତ୍ରୀ ପଦର ଶପଥ ନେଇଥିଲେ। ଏହି ଭବ୍ୟ ସମାରୋହରେ ବହୁ ବିଦେଶୀ ଅତିଥି […] The post ମୋଦି ସରକାର ୩.୦: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ସମାରୋହରେ ଦେଶ ତଥା ବିଦେଶରୁ ବହୁ ଅତିଥି ଯୋଗ ଦେଇଛନ୍ତି।
ମୋଦିଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ଜେପି ନଡ୍ଡା ଆଦି ମନ୍ତ୍ରୀ ପଦର ଶପଥ ନେଇଥିଲେ। ଏହି ଭବ୍ୟ ସମାରୋହରେ ବହୁ ବିଦେଶୀ ଅତିଥି ଯୋଗ ଦେଇଥିବା ବେଳେ ଦେଶରୁ ମଧ୍ୟ ବହୁ ଅତିଥି ଯୋଗ ଦେଇଥିଲେ। ମନୋରଞ୍ଜନ ଦୁନିଆରୁ ଆରମ୍ଭ କରି କେତେଜଣ ଉଦ୍ଦ୍ୟୋଗପତି ବି ଏହି ସମାରୋହରେ ଯୋଗ ଦେଇଛନ୍ତି।
The post ମୋଦି ସରକାର ୩.୦: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି appeared first on Dharitri Odia News.