ମୋଦି ସରକାରଙ୍କ ଉପରେ ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୨୭।୬: ଭାରତରେ ଧାର୍ମିକ ସ୍ବାଧୀନତା ସମ୍ପର୍କରେ ଆମେରିକା ଅନେକ ବଡ଼ ଅଭିଯୋଗ ଆଣିଛି। ଆମେରିକାର ବୈଦେଶିକ ବିଭାଗର ୨୦୨୩ର ଧାର୍ମିକ ସ୍ବାଧୀନତା ରିପୋର୍ଟରେ ଭାରତ ବିଷୟରେ ଅନେକ ଗୁଡିଏ କଥା କୁହାଯାଇଛି। ଏହି ରିପୋର୍ଟରେ ଧାର୍ମିକ ରୂପାନ୍ତର, ଘୃଣା ବକ୍ତବ୍ୟ ଏବଂ ସଂଖ୍ୟାଲଘୁଙ୍କ ଘର ଏବଂ ପୂଜାପାଠ ସ୍ଥାନ ଭାଙ୍ଗିବାର ଅଭିଯୋଗ ରହିଛି। ବିଶ୍ୱର ଯିହୁଦୀ ଏବଂ ମୁସଲମାନମାନଙ୍କ ପ୍ରତି ବଢୁଥିବା ହିଂସା ଉପରେ ମଧ୍ୟ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି। ବାର୍ଷିକ ରିପୋର୍ଟ ପ୍ରକାଶ କରି […] The post ମୋଦି ସରକାରଙ୍କ ଉପରେ ବିଷ ଓଗାଳିଲା ଆମେରିକା appeared first on Dharitri Odia News.

ମୋଦି ସରକାରଙ୍କ ଉପରେ ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୨୭।୬: ଭାରତରେ ଧାର୍ମିକ ସ୍ବାଧୀନତା ସମ୍ପର୍କରେ ଆମେରିକା ଅନେକ ବଡ଼ ଅଭିଯୋଗ ଆଣିଛି। ଆମେରିକାର ବୈଦେଶିକ ବିଭାଗର ୨୦୨୩ର ଧାର୍ମିକ ସ୍ବାଧୀନତା ରିପୋର୍ଟରେ ଭାରତ ବିଷୟରେ ଅନେକ ଗୁଡିଏ କଥା କୁହାଯାଇଛି। ଏହି ରିପୋର୍ଟରେ ଧାର୍ମିକ ରୂପାନ୍ତର, ଘୃଣା ବକ୍ତବ୍ୟ ଏବଂ ସଂଖ୍ୟାଲଘୁଙ୍କ ଘର ଏବଂ ପୂଜାପାଠ ସ୍ଥାନ ଭାଙ୍ଗିବାର ଅଭିଯୋଗ ରହିଛି। ବିଶ୍ୱର ଯିହୁଦୀ ଏବଂ ମୁସଲମାନମାନଙ୍କ ପ୍ରତି ବଢୁଥିବା ହିଂସା ଉପରେ ମଧ୍ୟ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି।
ବାର୍ଷିକ ରିପୋର୍ଟ ପ୍ରକାଶ କରି ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ଭାରତରେ ଆମେ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ, ଘୃଣା ଭାଷଣ, ଘର ଭାଙ୍ଗିବା ଏବଂ ସଂଖ୍ୟାଲଘୁ ଧାର୍ମିକ ସମ୍ପ୍ରଦାୟର ପୂଜାପାଠ ସ୍ଥାନଗୁଡ଼ିକ ଭଙ୍ଗାଯିବା ଚିନ୍ତାଜନକ ଭାବେ ବୃଦ୍ଧି ଘଟୁଥିବା ଆମେ ଦେଖୁଛୁ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ଏଥି ସହ ଆମେରିକାର ରାଷ୍ଟ୍ରଦୂତ ରଶଦ ହୁସେନ ମଧ୍ୟ ଭାରତୀୟ ପୋଲିସର ଉଦ୍ୟମକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାରତରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ରିପୋର୍ଟ କରିଛନ୍ତି ଯେ ଧାର୍ମିକ ପରିବର୍ତ୍ତନ କାର୍ଯ୍ୟକଳାପ ଅଭିଯୋଗରେ ସ୍ଥାନୀୟ ପୋଲିସ ପୂଜାପାଠରେ ବ୍ୟାଘାତ ସୃଷ୍ଟି କରିଛି। ଏହି ସମ୍ପ୍ରଦାୟ ଉପରେ ଆକ୍ରମଣ ହେଲେ ପୋଲିସ ଏକ ମୂକ ଦର୍ଶକ ସାଜି ରହୁଛି। ପରେ ଧାର୍ମିକ ପରିବର୍ତ୍ତନ ଅଭିଯୋଗରେ ପୀଡିତାଙ୍କୁ ଗିରଫ କରାଯାଉଛି। ଭାଜପା ଶାସନ କାଳରେ ଏଭଳି ମାମଲାରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିଛି।

 

The post ମୋଦି ସରକାରଙ୍କ ଉପରେ ବିଷ ଓଗାଳିଲା ଆମେରିକା appeared first on Dharitri Odia News.