ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏହି ବଜେଟ…

ନୂଆଦିଲ୍ଲୀ,୨୩।୭: ଭାରତୀୟ ଜନତା ଦଳର ନେତାମାନେ ମୋଦି ୩.୦ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ଏଥି ସହ ଲୋକ ସଭାରେ ବିରୋଧୀଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବଜେଟ ସମ୍ପର୍କରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଏହାକୁ ‘ଚେୟାର ସେଭ’ ବଜେଟ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ଏହି ବଜେଟକୁ ତାଙ୍କର ସହଯୋଗୀମାନଙ୍କୁ ଖୁସି କରିବା ଭଳି ବଜେଟ ବୋଲି କହିଛନ୍ତି। ତାଙ୍କ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ ଏହି […] The post ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏହି ବଜେଟ… appeared first on Dharitri Odia News.

ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏହି ବଜେଟ…

ନୂଆଦିଲ୍ଲୀ,୨୩।୭: ଭାରତୀୟ ଜନତା ଦଳର ନେତାମାନେ ମୋଦି ୩.୦ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ଏଥି ସହ ଲୋକ ସଭାରେ ବିରୋଧୀଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବଜେଟ ସମ୍ପର୍କରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଏହାକୁ ‘ଚେୟାର ସେଭ’ ବଜେଟ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ଏହି ବଜେଟକୁ ତାଙ୍କର ସହଯୋଗୀମାନଙ୍କୁ ଖୁସି କରିବା ଭଳି ବଜେଟ ବୋଲି କହିଛନ୍ତି। ତାଙ୍କ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ ଏହି ବଜେଟ ଅଣାଯାଇଛି । ଏଥିରୁ ଆଦାନୀ ଅମ୍ବାନୀ ଉପକୃତ ହେବେ। ହେଲେ ସାଧାରଣ ଭାରତୀୟଙ୍କୁ କୌଣସି ଆରାମ ମିଳିବ ନାହିଁ । କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ଏହି ବଜେଟକୁ କପି ପେଷ୍ଟ ବୋଲି କହିଛନ୍ତି। ରାହୁଲ ଦାବି କରିଛନ୍ତି , କଂଗ୍ରେସ ମନିଫେଷ୍ଟୋ ଏବଂ ପୂର୍ବ ବଜେଟରୁ ଏହି ବଜେଟ କପି କରାଯାଇଛି।

The post ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏହି ବଜେଟ… appeared first on Dharitri Odia News.