ମୋଦିଙ୍କ କନ୍ୟାକୁମାରୀ ଧ୍ୟାନ କାର୍ଯ୍ୟକ୍ରମ: କଂଗ୍ରେସ କହିଲା ECଙ୍କୁ କରିବୁ ଅଭିଯୋଗ

ନୂଆଦିଲ୍ଲୀ ୨୯।୫:  ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ୧ ଜୁନ ଶନିବାର ଅନୁଷ୍ଠିତ ହେବ। ଏଥି ଲାଗି ମେ ୩୦ ତାରିଖ ଦିନ ନିର୍ବାଚନ ପ୍ରଚାର ଶେଷ ହେବ। ୩୦ ମେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟାକୁମାରୀର ପ୍ରଶିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲକୁ ଧ୍ୟାନ କରିବାକୁ ଯିବେ। ତେବେ ତାଙ୍କର ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଏବେ ଟାର୍ଗେଟ୍ କରୁଛନ୍ତି। ସେମାନେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମ ନିର୍ବାଚ ଆଚାର ସଂହିତାର ଉଲ୍ଲଂଘନ। ଏଣୁ ଏହାକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି। ତାମିଲନାଡୁ କଂଗ୍ରେସ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାର୍ଯ୍ୟକ୍ରମ ନେଇ ଇଲେକ୍ସନ କମିଶନଙ୍କୁ ସମ୍ପର୍କ କରିବ ବୋଲି କହିଛି। ଏଥିରେ ଏହା ମଧ୍ୟ ସୂଚିତ କରାଯିବ ଯେ ଶେଷ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ଭୋଟ ହାସଲ ପାଇଁ ବିଜେପି ନେତାଙ୍କ ଧ୍ୟାନ କାର୍ଯ୍ୟକ୍ରମ ଏକ ନାଟକ । କେବଳ ଇସି ନୁହେଁ  ଏ ନେଇ ରାଜ୍ୟ ଡିଜିପିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ନ ଦେବାକୁ ଅନୁରୋଧ କରାଯିବ ବୋଲି କଂଗ୍ରେସ କହିଛି।  ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ମେରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ କନ୍ୟାକୁମାରୀରେ ରହିବେ। ଏଠାରେ ସେ ୩୦ ମେ ଅପରାହ୍ନର

ମୋଦିଙ୍କ କନ୍ୟାକୁମାରୀ ଧ୍ୟାନ କାର୍ଯ୍ୟକ୍ରମ: କଂଗ୍ରେସ କହିଲା ECଙ୍କୁ କରିବୁ ଅଭିଯୋଗ

ନୂଆଦିଲ୍ଲୀ ୨୯।୫:  ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ୧ ଜୁନ ଶନିବାର ଅନୁଷ୍ଠିତ ହେବ। ଏଥି ଲାଗି ମେ ୩୦ ତାରିଖ ଦିନ ନିର୍ବାଚନ ପ୍ରଚାର ଶେଷ ହେବ। ୩୦ ମେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟାକୁମାରୀର ପ୍ରଶିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲକୁ ଧ୍ୟାନ କରିବାକୁ ଯିବେ। ତେବେ ତାଙ୍କର ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଏବେ ଟାର୍ଗେଟ୍ କରୁଛନ୍ତି। ସେମାନେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକ୍ରମ ନିର୍ବାଚ ଆଚାର ସଂହିତାର ଉଲ୍ଲଂଘନ। 

ଏଣୁ ଏହାକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ ଅଭିଯୋଗ କରିବ ବୋଲି କହିଛି। ତାମିଲନାଡୁ କଂଗ୍ରେସ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାର୍ଯ୍ୟକ୍ରମ ନେଇ ଇଲେକ୍ସନ କମିଶନଙ୍କୁ ସମ୍ପର୍କ କରିବ ବୋଲି କହିଛି। ଏଥିରେ ଏହା ମଧ୍ୟ ସୂଚିତ କରାଯିବ ଯେ ଶେଷ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ଭୋଟ ହାସଲ ପାଇଁ ବିଜେପି ନେତାଙ୍କ ଧ୍ୟାନ କାର୍ଯ୍ୟକ୍ରମ ଏକ ନାଟକ । କେବଳ ଇସି ନୁହେଁ  ଏ ନେଇ ରାଜ୍ୟ ଡିଜିପିଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ନ ଦେବାକୁ ଅନୁରୋଧ କରାଯିବ ବୋଲି କଂଗ୍ରେସ କହିଛି।  

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ମେରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ କନ୍ୟାକୁମାରୀରେ ରହିବେ। ଏଠାରେ ସେ ୩୦ ମେ ଅପରାହ୍ନରୁ ୨ ଜୁନ ଅପରାହ୍ନ ପର୍ଯ୍ୟନ୍ତ ରକ ମେମୋରିଆଲର ସେହି ପଥର ଉପରେ ବସି ଧ୍ୟାନ କରିବେ  ଯେଉଁଠି ଏକଦା ବିବେକାନନ୍ଦ ଧ୍ୟାନ କରିଥିଲେ। ତେବେ ଏହା ପୂର୍ବରୁ ମେ ୩୦ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ହୋସିୟାରପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ।