‘ମୋଦିଙ୍କ ଛବି ନଷ୍ଟ ହୋଇଯାଇଛି’, ନିର୍ବାଚନ ପରେ ପ୍ରଥମ ସାକ୍ଷାତକାରରେ ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଟାର୍ଗେଟ କରିଥିଲେ। ନିର୍ବାଚନ ଫଳାଫଳ ପରେ ଫାଇନାନସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦିଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଯାଇଛି। ମୋଦିଙ୍କ ଆଦର୍ଶ ନଷ୍ଟ ହୋଇଯାଇଛି। ରାହୁଲ କହିଛନ୍ତି, ଭାଜପାର ମୌଳିକ ଢାଞ୍ଚା ଏବଂ ଧାର୍ମିକ ଶତ୍ରୁତା ବିସ୍ତାର କରିବାର ଆଦର୍ଶ ଧ୍ୱଂସ ହୋଇଯାଇଛି। ରାହୁଲ କହିଛନ୍ତି, ବଞ୍ଚିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କୁ ସଂଘର୍ଷ କରିବାକୁ […] The post ‘ମୋଦିଙ୍କ ଛବି ନଷ୍ଟ ହୋଇଯାଇଛି’, ନିର୍ବାଚନ ପରେ ପ୍ରଥମ ସାକ୍ଷାତକାରରେ ଏମିତି କହିଲେ ରାହୁଲ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟକରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଟାର୍ଗେଟ କରିଥିଲେ। ନିର୍ବାଚନ ଫଳାଫଳ ପରେ ଫାଇନାନସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋଦିଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଯାଇଛି। ମୋଦିଙ୍କ ଆଦର୍ଶ ନଷ୍ଟ ହୋଇଯାଇଛି। ରାହୁଲ କହିଛନ୍ତି, ଭାଜପାର ମୌଳିକ ଢାଞ୍ଚା ଏବଂ ଧାର୍ମିକ ଶତ୍ରୁତା ବିସ୍ତାର କରିବାର ଆଦର୍ଶ ଧ୍ୱଂସ ହୋଇଯାଇଛି।
ରାହୁଲ କହିଛନ୍ତି, ବଞ୍ଚିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ସେ କହିଛନ୍ତି, ଏହି ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ପରେ ଭାରତୀୟ ରାଜନୈତିକ ପରିସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ।
The post ‘ମୋଦିଙ୍କ ଛବି ନଷ୍ଟ ହୋଇଯାଇଛି’, ନିର୍ବାଚନ ପରେ ପ୍ରଥମ ସାକ୍ଷାତକାରରେ ଏମିତି କହିଲେ ରାହୁଲ appeared first on Dharitri Odia News.