ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ୩ ଦିନ ପୂର୍ବରୁ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଭୋଟ କେନ୍ଦ୍ରରେ ସେ କେତେଜଣ ଅଫିସରଙ୍କ ସହ ଝଗଡ଼ା କରିଥିଲେ ଓ ଶାନ୍ତି ଭଙ୍ଗ ଲାଗି ଉଦ୍ୟମ କରିଥିଲେ ବୋଲି ପୋଲିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘନି […] The post ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା appeared first on Dharitri Odia News.

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ୩ ଦିନ ପୂର୍ବରୁ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଥିଲା।

ଭୋଟ କେନ୍ଦ୍ରରେ ସେ କେତେଜଣ ଅଫିସରଙ୍କ ସହ ଝଗଡ଼ା କରିଥିଲେ ଓ ଶାନ୍ତି ଭଙ୍ଗ ଲାଗି ଉଦ୍ୟମ କରିଥିଲେ ବୋଲି ପୋଲିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଘନି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ।

ମୋଦି କହିଥିଲେ, କଂଗ୍ରେସ କ୍ଷମତାରେ ଥିଲାବେଳେ ଦେଶର ସମ୍ପତ୍ତି ଉପରେ ମୁସଲମାନଙ୍କୁ ପ୍ରଥମ ଅଧିକାର ଦିଆଯାଉଥିଲା। କଂଗ୍ରେସ କ୍ଷମତାକୁ ଆସିଲେ ଯେଉଁମାନଙ୍କର ଅଧିକ ପିଲା ଏବଂ ଯେଉଁମାନେ ଅନୁପ୍ରବେଶକାରୀ, ସେମାନଙ୍କୁ ଆପଣମାନଙ୍କ କଷ୍ଟଲବ୍ଧ ଅର୍ଥକୁ ବାଣ୍ଟିଦେବ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଘନି ସମାଲୋଚନା କରିଥିଲେ। ଭାଜପା କେବଳ ମୋଦିଙ୍କ ଦଳ ନୁହେଁ। ଆଗାମୀ ନିର୍ବାଚନରେ ଭାଜପା ରାଜସ୍ଥାନର ୨୫ ଆସନରୁ ୩ରୁ ୪ଟି ହରାଇବାକୁ ଯାଉଥିବା ସେ ପୂର୍ବାନୁମାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ଘନିଙ୍କୁ ଗିରଫ କରାଗଲା ବୋଲି କୁହାଯାଉଛି।

The post ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା appeared first on Dharitri Odia News.