ମୋଦିଙ୍କ ଶେଷ କ୍ୟାବିନେଟ୍ ବୈଠକ, କହିଲେ…
ନୂଆଦିଲ୍ଲୀ, ୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କର ଦ଼୍ବିତୀୟ ପାଳି ସରକାରର ଶେଷ କ୍ୟାବିନେଟ୍ ବୈଠକ ଡକାଇଥିଲେ। ବୈଠକରେ ସେ କହିଥିଲେ ଯେ, ଜିତିବା ଏବଂ ହାରିବା ରାଜନୀତିର ଏକ ଅଂଶ। ଏଥିରେ ନମ଼୍ବର ଗେମ୍ ଚାଲୁରହିବା ଏକ ସ଼୍ବଭାବିକ କଥା। ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଏଥିରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି। ବୈଠକରେ ଲୋକସଭାକୁ ଭାଙ୍ଗିବା ପାଇଁ […] The post ମୋଦିଙ୍କ ଶେଷ କ୍ୟାବିନେଟ୍ ବୈଠକ, କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ, ୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କର ଦ଼୍ବିତୀୟ ପାଳି ସରକାରର ଶେଷ କ୍ୟାବିନେଟ୍ ବୈଠକ ଡକାଇଥିଲେ। ବୈଠକରେ ସେ କହିଥିଲେ ଯେ, ଜିତିବା ଏବଂ ହାରିବା ରାଜନୀତିର ଏକ ଅଂଶ। ଏଥିରେ ନମ଼୍ବର ଗେମ୍ ଚାଲୁରହିବା ଏକ ସ଼୍ବଭାବିକ କଥା। ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଏଥିରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି। ବୈଠକରେ ଲୋକସଭାକୁ ଭାଙ୍ଗିବା ପାଇଁ ସୁପାରିଶ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ କ୍ୟାବିନେଟ୍ ସଦସ୍ୟ ଇସ୍ତଫା ଦେଇଥିଲେ।
ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି।
The post ମୋଦିଙ୍କ ଶେଷ କ୍ୟାବିନେଟ୍ ବୈଠକ, କହିଲେ… appeared first on Dharitri Odia News.