ମୋଦିଙ୍କୁ ପ୍ରଶଂସା କଲେ ଖାର୍ଗେ, କହିଲେ ନିଷ୍ପତ୍ତିରେ ବହୁ ବିଳମ୍ବ ହୋଇଗଲା…
ନୂଆଦିଲ୍ଲୀ,୩।୨ : ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ନେଇ ଘୋଷଣାରେ ଖୁସି ବ୍ୟକ୍ତ କରିଛନ୍ତି। ଆଡଭାନୀ ମଧ୍ୟ ଏଥିରେ ଭାବପ୍ରବଣ ହୋଇ ଏହାକୁ ତାଙ୍କ ଜୀବନ ଏବଂ ନୀତି ପାଇଁ ସମ୍ମାନ ବୋଲି କହିଛନ୍ତି। କଂଗ୍ରେସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରିଛି। ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଆମେ ଏହି […] The post ମୋଦିଙ୍କୁ ପ୍ରଶଂସା କଲେ ଖାର୍ଗେ, କହିଲେ ନିଷ୍ପତ୍ତିରେ ବହୁ ବିଳମ୍ବ ହୋଇଗଲା… appeared first on Dharitri Odia News.
ନୂଆଦିଲ୍ଲୀ,୩।୨ : ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଭାଜପାର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ନେଇ ଘୋଷଣାରେ ଖୁସି ବ୍ୟକ୍ତ କରିଛନ୍ତି। ଆଡଭାନୀ ମଧ୍ୟ ଏଥିରେ ଭାବପ୍ରବଣ ହୋଇ ଏହାକୁ ତାଙ୍କ ଜୀବନ ଏବଂ ନୀତି ପାଇଁ ସମ୍ମାନ ବୋଲି କହିଛନ୍ତି। କଂଗ୍ରେସ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରିଛି। ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଆମେ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ କିନ୍ତୁ ଏହା ବହୁତ ବିଳମ୍ବ ହୋଇଛି। ଏହାପୂର୍ବରୁ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଦୀକ୍ଷିତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନୀଙ୍କୁ ବହୁତ ବିଳମ୍ବରେ ମନେ ପକାଇଲେ।
ଆଡଭାନୀ ଭାରତ ରତ୍ନ ଗ୍ରହଣ କରିବା ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗ କହିଛନ୍ତି, ଆମେ ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ଏହା ଉପରେ କଂଗ୍ରେସ ଏମପି ପ୍ରମୋଦ ତିୱାରୀ କହିଛନ୍ତି ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପୁରସ୍କାର ପାଇଥିବାରୁ ନିଶ୍ଚିତ ଭାବେ ଅଭିନନ୍ଦନ ଜଣାଇବା ଉଚିତ। ନିୟମ ଅନୁଯାୟୀ ସେ ତାଙ୍କ ଦଳର ସରକାରରେ ସର୍ବୋଚ୍ଚ ପଦବୀ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଅନ୍ତତଃ ପକ୍ଷେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି। ଏଥିପାଇଁ ଆଡଭାନୀଙ୍କୁ ଅଭିନନ୍ଦନ। ଏହା ଉପରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଏହି ଭାରତ ରତ୍ନଙ୍କୁ ଭୋଟ ହାତେଇବା ପାଇଁ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଶିବସେନା ୟୁବିଟି ମଧ୍ୟ ସ୍ବାଗତ କରିଛି। ତେବେ ବାଲାସାହେବ ଠାକରେ ଏବଂ ସାବରକରଙ୍କୁ ଏହି ସମ୍ମାନ ମିଳି ନ ଥିବା ନେଇ ଦଳ ପ୍ରଶ୍ନ ଉଠାଇଛି।
କଂଗ୍ରେସ ଯୋଗାଯୋଗ ମହାସଚିବ ଜୟରାମ ରମେଶ କହିଛନ୍ତି, ୫ ଏପ୍ରିଲ ୨୦୧୪ ରେ ନରେନ୍ଦ୍ର ମୋଦି ଏବଂ ଲାଲ କୃଷ୍ଣ ଆଡଭାନୀ ଗାନ୍ଧିନଗରରେ ନାମାଙ୍କନପତ୍ର ଦାଖଲ କରିବାକୁ ଯାଉଥିଲେ। ତା’ପରେ ଆଡଭାନୀ ଜୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ ଯାହାକୁ ଏନେଇ ଏବେ ବି ଚର୍ଚ୍ଚା ହେଉଛି। ସେ କହିଥିଲେ ନରେନ୍ଦ୍ର ମୋଦି ମୋର ଶିଷ୍ୟ ନୁହନ୍ତି, ସେ ମୋର ସହକର୍ମୀ ନୁହନ୍ତି, ସେ ଜଣେ ଭଲ କାର୍ଯ୍ୟକ୍ରମ ପରିଚାଳକ। ୨୦୦୨ରେ ଆଡଭାନୀ ଜୀ ନରେନ୍ଦ୍ର ମୋଦିଙ୍କୁ ବଞ୍ଚାଇଥିଲେ ଏବଂ ୨୦୧୪ରେ ଆମ ପ୍ରଧାନମନ୍ତ୍ରୀଙ୍କ ପ୍ରକୃତ ଚେହେରା ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିଥିଲେ।
#WATCH BJP के वरिष्ठ नेता लालकृष्ण आडवाणी को भारत रत्न देने की घोषणा पर कांग्रेस अध्यक्ष मल्लिकार्जुन खरगे ने कहा, "इस फैसले का हम स्वागत करते हैं।" pic.twitter.com/M7e88vSMgA
— ANI_HindiNews (@AHindinews) February 3, 2024
#WATCH दुमका, झारखंड: कांग्रेस महासचिव(संचार) जयराम रमेश ने कहा, "5 अप्रैल 2014 को गांधीनगर में नरेंद्र मोदी और लालकृष्ण आडवाणी नामांकन पत्र भरने जा रहे थे। तब आडवाणी जी ने बहुत मशहूर बयान दिया था जो हमारे भारतीय इतिहास में स्वर्ण अक्षरों में लिखा जाएगा। उन्होंने कहा था कि… pic.twitter.com/4zEQ8IuylM
— ANI_HindiNews (@AHindinews) February 3, 2024
The post ମୋଦିଙ୍କୁ ପ୍ରଶଂସା କଲେ ଖାର୍ଗେ, କହିଲେ ନିଷ୍ପତ୍ତିରେ ବହୁ ବିଳମ୍ବ ହୋଇଗଲା… appeared first on Dharitri Odia News.