ମୋଦୀଙ୍କ ତୃତୀୟ ପାଳିରେ ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ

ନୂଆଦିଲ୍ଲୀ : ଗତକାଲି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଗତକାଲି ତାଙ୍କ ସହ ଶପଥ ନେଇଥିବା ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ ,୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାରୁ ତିନି ମନ୍ତ୍ରୀ ସେମାନଙ୍କ ପୂର୍ବ ବିଭାଗ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, […]

ମୋଦୀଙ୍କ ତୃତୀୟ ପାଳିରେ ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ
In Modi's third term, three Odia ministers retained the former division

ନୂଆଦିଲ୍ଲୀ : ଗତକାଲି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଗତକାଲି ତାଙ୍କ ସହ ଶପଥ ନେଇଥିବା ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ ,୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାରୁ ତିନି ମନ୍ତ୍ରୀ ସେମାନଙ୍କ ପୂର୍ବ ବିଭାଗ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି ।

ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ମନ୍ତ୍ରୀ ହୋଇଥିବା ଜୁଏଲ ଓରାମଙ୍କୁ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବ ହିଁ ମିଳିଥିଲା। ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୪ ମସିହାରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ପାଇଥିବାବେଳେ ଗତ ପାଳିରେ ବିଭାଗ ଅଦଳବଦଳ ପରେ ଶିକ୍ଷା ମନ୍ତ୍ରାଳୟ ପାଇଥିଲେ । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରାଳୟ ବଜାୟ ରଖିଛନ୍ତି।