ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ

ଖଲ୍ଲିକୋଟ,୧୧।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ୭ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଏକ ଆମ୍ବୁଲାନ୍ସ ମୃତଦେହ ଧରି ଦିଗପହଣ୍ଡିରୁ ପୁରୀ ଆସୁଥିଲା। ହେଲେ ଚଣ୍ଡୀଢ଼ାବା ନିକଟରେ ଆମ୍ବୁଲାନ୍ସ ଏକ ମୋପେଡ ଗାଡ଼ିକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୬ଜଣ ଆହତ ହୋଇଥିବା […] The post ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ appeared first on Dharitri Odia News.

ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ

ଖଲ୍ଲିକୋଟ,୧୧।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ୭ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଏକ ଆମ୍ବୁଲାନ୍ସ ମୃତଦେହ ଧରି ଦିଗପହଣ୍ଡିରୁ ପୁରୀ ଆସୁଥିଲା। ହେଲେ ଚଣ୍ଡୀଢ଼ାବା ନିକଟରେ ଆମ୍ବୁଲାନ୍ସ ଏକ ମୋପେଡ ଗାଡ଼ିକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୬ଜଣ ଆହତ ହୋଇଥିବା ବେଳେ ମୋପେଡ ଚାଳକ ମଧ୍ୟ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି।

ଦିଗପହଣ୍ଡିର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମରଶରୀରକୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ସମ୍ପର୍କୀୟମାନେ ପୁରୀ ସ୍ବର୍ଗଦ୍ୱାର ନେଉଥିଲେ। ହେଲେ ଚଣ୍ଡୀଢ଼ାବା ନିକଟରେ ଟମାଟୋ ବୋଝେଇ କରି ବିକ୍ରି ପାଇଁ ଯାଉଥିବା ମୋପେଡ୍‌ ଗାଡିକୁ ଆମ୍ବୁଲାନ୍ସ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ମୃତଦେହ ରାସ୍ତା ଉପରକୁ ଛିଟିକି ପଡିବା ସହ ସେଥିରେ ବସିଥିବା କୁନି ମହାଙ୍କୁଡ, ଝୁନୁ ଗୌଡ଼, ସବିତା କୁମାରୀ ଗୌଡ଼, ଦୁଖୀ ଗୌଡ଼, ସଞ୍ଜୟ ମହାଙ୍କୁଡ, ସୀମାଞ୍ଚଳ ଗୌଡ଼ ପ୍ରମୁଖ ଆହତ ହୋଇଥିଲେ।

ଅନ୍ୟପଟେ ମୋପେଡ୍‌ ଚାଳକ ଡିଆଁଡେଇଁ ଗ୍ରାମର ଦୁତୀୟା ନାହାକ ମଧ୍ୟ ଆହତ ହୋଇଥିଲେ। ତୁରନ୍ତ ହାଇୱେ ପେଟ୍ରୋଲିଂ ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲ ନେଇଥିଲେ । ସେଠାରେ ଆହତ ୭ଜଣଙ୍କ ମଧ୍ୟରୁ ସଞ୍ଜୟ ମହାଙ୍କୁଡ ଏବଂ ମୋପେଟ୍‌ ଚାଳକ ଦୁତୀୟା ନାହାକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଜବତ କରି ଥାନାରେ ରଖିଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

 

The post ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ appeared first on Dharitri Odia News.