ମୋବାଇଲ ଦେଖୁଥିଲା ଶିଶୁ; ଏତିକି ବେଳେ ପଶି ଆସିଲା ବାଘ, ତାପରେ....

ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।

ମୋବାଇଲ ଦେଖୁଥିଲା ଶିଶୁ; ଏତିକି ବେଳେ ପଶି ଆସିଲା ବାଘ, ତାପରେ....

କଲରାପତରିଆ ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ। ମହାରାଷ୍ଟ୍ରର ଜଣେ ୧୨ ବର୍ଷର ଶିଶୁ ଏଭଳି ଅଦମ୍ୟ ସାହସ ଦେଖାଇଛି। ଯେତେବେଳେ ଏକ କଲରାପତରିଆ ବାଘ ଘରେ ପଶିଯାଇଥିଲା ସେ ସମୟରେ ପିଲାଟି ବିଚଳିତ ନହୋଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବାଘକୁ ଚାରି କାନ୍ଥ ମଧ୍ୟରେ ବନ୍ଦ କରିବାରେ ସଫଳ ହୋଇଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଶିଶୁ ଘରେ ବସି ମୋବାଇଲ ବ୍ୟବହାର କରୁଥିଲା। ଏହି ସମୟରେ ଏକ କଲରାପତରିଆ ବାଘ ଘର ଭିତରକୁ ପଶି ଆସିଥିଲା। ତେବେ ବାଘକୁ ଦେଖି ଶିଶୁ ବିଚଳିତ ନ ହୋଇ ତୁରନ୍ତ ବାହାରକୁ ଯାଇ କବାଟ ବନ୍ଦ କରିଦେଇଥିଲା।

କୁହାଯାଉଛି ଯେ ଏହି ଘଟଣାଟି ମହାରାଷ୍ଟ୍ରର ମାଲେଗାଓଁରୁ ଆସିଛି। ଯେଉଁଠାରେ ଗତ ମଙ୍ଗଳବାର ଦିନ ଜଣେ ୧୨ ବର୍ଷର ଶିଶୁ ଘର ମଧ୍ୟରେ ଥିବା ଏକ ସୋଫାରେ ବସି ଫୋନ୍‌ ଦେଖୁଥିଲା । ଏହି ସମୟରେ ଏକ କଲରାପତରିଆ ବାଘ ଘର ଭିତରକୁ ପ୍ରବେଶ କରିଥିଲା। ତେବେ ବାଘଟି ଭିତରକୁ ଆସିବା ମାତ୍ରେ ଛୋଟ ପିଲାଟି ଫୋନ୍‌ ଧରି ବାହାରକୁ ଆସିବା ପରେ ରୁମ୍‌ର କବାଟ ବନ୍ଦ କରିଦେଇଥଲା। ଏହି ୧୨ ବର୍ଷର ଶିଶୁର ନାମ ହେଉଛି ମୋହିତ ଅହିର। ତେବେ ଏହି ଘଟଣା ପରେ ପୋଲିସ୍‌ ଓ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ୍‌ ଓ ବନ ବିଭାଗ ଅଧିକାରୀ ପହଞ୍ଚି ବାଘକୁ ଟ୍ରାଙ୍କୁଲାଇଜ୍ କରି ଉଦ୍ଧାର କରିଛନ୍ତି।