ମୋବାଇଲ ଫୋନ୍ କରୁନି ବ୍ରେନ୍ କ୍ୟାନସର, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ ୦୪/୦୯: ମୋବାଇଲ ଫୋନ୍ କରୁନି ବ୍ରେନ୍ କ୍ୟାନସର । ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୀର୍ଘ ସମୟ କଥାହେଲେ କି ଫୋନ ବ୍ୟବହାର କଲେ ପଡିବନି ଇଫେକ୍ଟ । ଏନଭାଇରୋମେଣ୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ରିପୋର୍ଟ ପରେ ଆଶ୍ୱସ୍ତି ବଢୁଥିବା ଫୋନ୍ ବ୍ୟବହାର ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଫୋନର ବହୁଳ ବ୍ୟବହାର ଫଳରେ ବ୍ରେନ୍ କ୍ୟାନସର ବା ମସ୍ତିଷ୍କ କର୍କଟ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତା'ର କୌଣସି ପ୍ରମାଣ ନାହିଁ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏର ନୂତନ ସମୀକ୍ଷାରୁ ଜଣାପଡିଛି ଯେ, ୱାୟାରଲେସ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ସତ୍ତ୍ୱେ ମସ୍ତିଷ୍କ କର୍କଟ ରୋଗର ବୃଦ୍ଧି ଘଟିନାହିଁ । ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଫୋନ୍ କଲରେ କଥା ହୁଅନ୍ତି କିମ୍ବା ଫୋନର ବହୁଳ ବ୍ୟବହାର କରୁଛନ୍ତି, ସେମାନଙ୍କର ମଧ୍ୟ ମସ୍ତିଷ୍କ କର୍କଟ ବୃଦ୍ଧି ଘଟିନାହିଁ । ଏହି ଅଧ୍ୟୟନର ଫଳାଫଳ ଏନଭାଇରୋମେଣ୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ୧୯୯୪ ରୁ ୨୦୨୨ ମଧ୍ୟରେ ୬୩ ଟି ଅଧ୍ୟୟନକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଅଧ୍ୟୟନକାରୀଙ୍କ ଟିମରେ ୧୦ଟି ବିଭିନ୍ନ ଦେଶର ୧୧ ଜଣ ବିଶେଷଜ୍ଞ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ବିକିରଣ ସୁରକ୍ଷା ପ୍ରାଧିକରଣର ପ୍ରତିନିଧୀମାନେ (ରେଡିଏସନ ପ୍ରୋଟେକ୍ସନ ଅଥରିଟି) ମଧ୍

ମୋବାଇଲ ଫୋନ୍ କରୁନି ବ୍ରେନ୍ କ୍ୟାନସର, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ ୦୪/୦୯: ମୋବାଇଲ ଫୋନ୍ କରୁନି ବ୍ରେନ୍ କ୍ୟାନସର । ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦୀର୍ଘ ସମୟ କଥାହେଲେ କି ଫୋନ ବ୍ୟବହାର କଲେ ପଡିବନି ଇଫେକ୍ଟ । ଏନଭାଇରୋମେଣ୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ରିପୋର୍ଟ ପରେ ଆଶ୍ୱସ୍ତି ବଢୁଥିବା ଫୋନ୍ ବ୍ୟବହାର ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଫୋନର ବହୁଳ ବ୍ୟବହାର ଫଳରେ ବ୍ରେନ୍ କ୍ୟାନସର ବା ମସ୍ତିଷ୍କ କର୍କଟ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତା'ର କୌଣସି ପ୍ରମାଣ ନାହିଁ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରିଥିବା ଏର ନୂତନ ସମୀକ୍ଷାରୁ ଜଣାପଡିଛି ଯେ, ୱାୟାରଲେସ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ସତ୍ତ୍ୱେ ମସ୍ତିଷ୍କ କର୍କଟ ରୋଗର ବୃଦ୍ଧି ଘଟିନାହିଁ । ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଫୋନ୍ କଲରେ କଥା ହୁଅନ୍ତି କିମ୍ବା ଫୋନର ବହୁଳ ବ୍ୟବହାର କରୁଛନ୍ତି, ସେମାନଙ୍କର ମଧ୍ୟ ମସ୍ତିଷ୍କ କର୍କଟ ବୃଦ୍ଧି ଘଟିନାହିଁ । ଏହି ଅଧ୍ୟୟନର ଫଳାଫଳ ଏନଭାଇରୋମେଣ୍ଟ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି। 

୧୯୯୪ ରୁ ୨୦୨୨ ମଧ୍ୟରେ ୬୩ ଟି ଅଧ୍ୟୟନକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଅଧ୍ୟୟନକାରୀଙ୍କ ଟିମରେ ୧୦ଟି ବିଭିନ୍ନ ଦେଶର ୧୧ ଜଣ ବିଶେଷଜ୍ଞ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ବିକିରଣ ସୁରକ୍ଷା ପ୍ରାଧିକରଣର ପ୍ରତିନିଧୀମାନେ (ରେଡିଏସନ ପ୍ରୋଟେକ୍ସନ ଅଥରିଟି) ମଧ୍ୟ ସାମିଲ ଥିଲେ।