‘ମୋର ନିଜର ବିଶ୍ୱାସନୀୟତା ବାଜିରେ ଲାଗିଛି’, ଓକିଲଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସିଜେଆଇ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ଅଲଗା ଅଲଗା ଓକିଲଙ୍କ ଦ୍ୱାରା ଗୋଟିଏ ହିଁ ମାମଲାକୁ ବାରମ୍ୱାର ଉଲ୍ଲେଖ କରାଯିବା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କଡ଼ା ଅଭିମୁଖ୍ୟ ଦେଖାଇ କହିଛନ୍ତି ଯେ ପ୍ରଧାନ ବିଚାରପତି ଭାବେ ମୋ ପାଖରେ ଯାହା ବି କିଛି ବିବେକାଧିକାର ରହିଛି, ତାହାକୁ ମୁଁ କେବେ ବି ଆପଣଙ୍କ ସପକ୍ଷରେ କରିବି ନାହିଁ । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ନ୍ୟାୟମୂର୍ତ୍ତି ଜେ ବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଦିନର ଶୁଣାଣି ଆରମ୍ଭ କରିଥିଲେ, ଏହି ସମୟରେ ଜଣେ ଓକିଲ ଖନନ ପଟ୍ଟା ସମାପ୍ତି ମାମଲା ଉଠାଇଥିଲେ ।ଏହା ଉପରେ ସିଜେଆଇ କହିଥିଲେ ଯେ ଏହି ମାମଲା ପୂର୍ବରୁ ବି ଖଣ୍ଡପୀଠ ସାମନାକୁ ଅଣାଯାଇଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ କୋର୍ଟରେ ବାରମ୍ୱାର ଗୋଟିଏ ମାମଲା କଥା ଉଲ୍ଲେଖ କରି ଅନୁକୂଳ ରାୟ ପାଇଁ ଉଦ୍ୟମ କରାନଯିବା ଦରକାର । ସେ କହିଛନ୍ତି, 'ଅଲଗା ଅଲଗା ଓକିଲ ବାରମ୍ୱାର ଗୋଟିଏ ମାମଲାକୁ ଉଲ୍ଲେଖ କରୁଛନ୍ତି,ଏହି ପ୍ରଥାକୁ ବନ୍ଦ କରାଯିବା ଦରକାର । ଆପଣମାନେ କେବଳ ସୁଯୋଗ ପାଇବା ଉଦ୍ୟମ କରୁଛନ୍ତି । ମୋ ପାଖରେ ଯେଉଁ ଅଳ୍ପ ବହୁତ ବିବେକାଧିକାର ରହିଛି, ତାହା ଆପଣଙ୍କ ସପକ୍ଷରେ କେବେ ରହିବ ନାହିଁ, କାରଣ ଏହି କୋର୍ଟକୁ ଭ୍ରମିତ କରିବା ପାଇଁ ଉଦ୍ୟମ କରାଯାଉଛି ।'ଲାଇଭ ଲ’ ରିପୋର୍ଟ ଅନୁସାରେ, 'ମୁଖ୍ୟ ନ୍ୟାୟଧୀଶ ନିଜ ବିଶ୍ୱାସନୀୟତା ଉପର
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ଅଲଗା ଅଲଗା ଓକିଲଙ୍କ ଦ୍ୱାରା ଗୋଟିଏ ହିଁ ମାମଲାକୁ ବାରମ୍ୱାର ଉଲ୍ଲେଖ କରାଯିବା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କଡ଼ା ଅଭିମୁଖ୍ୟ ଦେଖାଇ କହିଛନ୍ତି ଯେ ପ୍ରଧାନ ବିଚାରପତି ଭାବେ ମୋ ପାଖରେ ଯାହା ବି କିଛି ବିବେକାଧିକାର ରହିଛି, ତାହାକୁ ମୁଁ କେବେ ବି ଆପଣଙ୍କ ସପକ୍ଷରେ କରିବି ନାହିଁ । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ନ୍ୟାୟମୂର୍ତ୍ତି ଜେ ବି ପାରଦୀବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଦିନର ଶୁଣାଣି ଆରମ୍ଭ କରିଥିଲେ, ଏହି ସମୟରେ ଜଣେ ଓକିଲ ଖନନ ପଟ୍ଟା ସମାପ୍ତି ମାମଲା ଉଠାଇଥିଲେ ।
ଏହା ଉପରେ ସିଜେଆଇ କହିଥିଲେ ଯେ ଏହି ମାମଲା ପୂର୍ବରୁ ବି ଖଣ୍ଡପୀଠ ସାମନାକୁ ଅଣାଯାଇଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ କୋର୍ଟରେ ବାରମ୍ୱାର ଗୋଟିଏ ମାମଲା କଥା ଉଲ୍ଲେଖ କରି ଅନୁକୂଳ ରାୟ ପାଇଁ ଉଦ୍ୟମ କରାନଯିବା ଦରକାର । ସେ କହିଛନ୍ତି, 'ଅଲଗା ଅଲଗା ଓକିଲ ବାରମ୍ୱାର ଗୋଟିଏ ମାମଲାକୁ ଉଲ୍ଲେଖ କରୁଛନ୍ତି,ଏହି ପ୍ରଥାକୁ ବନ୍ଦ କରାଯିବା ଦରକାର । ଆପଣମାନେ କେବଳ ସୁଯୋଗ ପାଇବା ଉଦ୍ୟମ କରୁଛନ୍ତି । ମୋ ପାଖରେ ଯେଉଁ ଅଳ୍ପ ବହୁତ ବିବେକାଧିକାର ରହିଛି, ତାହା ଆପଣଙ୍କ ସପକ୍ଷରେ କେବେ ରହିବ ନାହିଁ, କାରଣ ଏହି କୋର୍ଟକୁ ଭ୍ରମିତ କରିବା ପାଇଁ ଉଦ୍ୟମ କରାଯାଉଛି ।'
ଲାଇଭ ଲ’ ରିପୋର୍ଟ ଅନୁସାରେ, 'ମୁଖ୍ୟ ନ୍ୟାୟଧୀଶ ନିଜ ବିଶ୍ୱାସନୀୟତା ଉପରେ ଜୋର ଦେଇ କହିଛନ୍ତି ଯେ ଯଦି କୋର୍ଟକୁ ଲଗାତାର ଏପରି ମାମଲା ଅଣାଯାଏ ଏବଂ ବିଚାରପତିଙ୍କୁ ଭ୍ରମିତ କରି ରାୟ ପାଇବା ପାଇଁ ଉଦ୍ୟମ କରାଯାଏ ତେବେ ତାହା ଗ୍ରହଣୀୟ ନୁହେଁ । ସେ କହିଛନ୍ତି, 'ତିନି ଅଲଗା ଅଲଗା ଓକିଲ ନିୟୋଜିକ କର, ଜଜ୍ ଆଖି ପତା ପକାନ୍ତି ଏବଂ ଆଦେଶ ନେଇ ଯାଆନ୍ତି...ଏହା ଏହି କୋର୍ଟରେ ଚାଲିଛି ଏବଂ ମୁଁ ଏପରି କରିବ ନାହିଁ । କାରଣ ମୋର ବ୍ୟକ୍ତିଗତ ବିଶ୍ୱାସନୀୟତା ବାଜିରେ ଲାଗିଛି, କୁହାଯାଉଛି ଯେ ମୁଁ ଲିଷ୍ଟିଂରେ ନିରନ୍ତରତା ପାଳନ କରୁ ନାହିଁ ।'