ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା

ନୂଆଦିଲ୍ଲୀ,୨୮।୮:କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍‌ ପ୍ଲସ୍‌ରୁ ଏଏସ୍‌ଏଲ୍‌ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍‌)କୁ ବୃଦ୍ଧି କରିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭଳି ସୁରକ୍ଷା ମିଳିଛି। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏଏସ୍‌ଏଲ୍‌ ସୁରକ୍ଷା ଦିଆଯାଇଛି। ସୂଚନାନୁସାରେ, ଆରଏସଏସ ମୁଖ୍ୟ ଭାଗବତଙ୍କ ସୁରକ୍ଷା ବୃଦ୍ଧି ନିଷ୍ପତ୍ତି କିଛି ଦିନ ପୂର୍ବରୁ […] The post ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା appeared first on Dharitri Odia News.

ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା

ନୂଆଦିଲ୍ଲୀ,୨୮।୮:କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍‌ ପ୍ଲସ୍‌ରୁ ଏଏସ୍‌ଏଲ୍‌ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍‌)କୁ ବୃଦ୍ଧି କରିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭଳି ସୁରକ୍ଷା ମିଳିଛି। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏଏସ୍‌ଏଲ୍‌ ସୁରକ୍ଷା ଦିଆଯାଇଛି। ସୂଚନାନୁସାରେ, ଆରଏସଏସ ମୁଖ୍ୟ ଭାଗବତଙ୍କ ସୁରକ୍ଷା ବୃଦ୍ଧି ନିଷ୍ପତ୍ତି କିଛି ଦିନ ପୂର୍ବରୁ ଚୂଡାନ୍ତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଏସଏଫ) ସହିତ ଜେଡ୍‌-ପ୍ଲସ ବର୍ଗର ସୁରକ୍ଷା ପାଇଥିଲେ।

ସୂଚନାନୁସାରେ, ଗୃହ ମନ୍ତ୍ରଣାଳୟ ଭାଗବତଙ୍କ କେତେକ ରାଜ୍ୟରେ ନିରାପତ୍ତାକୁ ଲକ୍ଷ୍ୟ କରିଥଲା, ଏହା ପରେ ନୂତନ ସୁରକ୍ଷା ପ୍ରୋଟୋକଲ ପ୍ରସ୍ତୁତ କରାଯାଇଥିଲା। ତାଙ୍କ ସୁରକ୍ଷା କଡ଼ା କରାଯାଇଥିଲା। ସେ ଭାରତ ବିରୋଧୀ ଅନେକ ସଂଗଠନର ଟାର୍ଗେଟ ବୋଲି ବିଶ୍ୱାସ କରାଯାଏ। ବର୍ଦ୍ଧିତ ସୁରକ୍ଷା ସମ୍ପର୍କରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଛି। ବର୍ତ୍ତମାନ ନୂତନ ସୁରକ୍ଷା ପରେ ମୋହନ ଭଗବତ ପରିଦର୍ଶନ କରୁଥିବା ସ୍ଥାନରେ ସିଏସଏଫ ଟିମ ଉପସ୍ଥିତ ରହିବେ।

The post ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା appeared first on Dharitri Odia News.