ମୌସୁମୀ ସକ୍ରିୟ ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼
ରାଜନଗର, ୯ା୭(ଭାସ୍କର ରାଉତରାୟ): ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିବାରେ ଲାଗିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୫୦ ହଜାରରୁ ଅଧିକ ପକ୍ଷୀ ଭିଡ଼ ଜମାଇ ସାରିଲେଣି। ଦେଶୀୟ ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ କୋଳାହଳମୟ ହୋଇ ଉଠିଛି। ଭିତରକନିକାକୁ ବର୍ଷା ଆସିବା ପରେ ଦେଶୀୟ ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର କରିବାକୁ ଧାଇଁ ଆସିଛନ୍ତି। ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ […] The post ମୌସୁମୀ ସକ୍ରିୟ ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ appeared first on Dharitri Odia News.
ରାଜନଗର, ୯ା୭(ଭାସ୍କର ରାଉତରାୟ): ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିବାରେ ଲାଗିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୫୦ ହଜାରରୁ ଅଧିକ ପକ୍ଷୀ ଭିଡ଼ ଜମାଇ ସାରିଲେଣି। ଦେଶୀୟ ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ କୋଳାହଳମୟ ହୋଇ ଉଠିଛି।
ଭିତରକନିକାକୁ ବର୍ଷା ଆସିବା ପରେ ଦେଶୀୟ ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର କରିବାକୁ ଧାଇଁ ଆସିଛନ୍ତି। ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଦେଶୀୟ ପକ୍ଷୀମାନେ ଏଠାକୁ ଛୁଟି ଆସନ୍ତି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ଡାଳିଆ, ପାଣିକୁଆ, ଖଇରା, ଅଞ୍ଜନା, ରାଣୀବଗ, ମଝିଆବଗ, ବଡବଗ, କାପରଖାଇ, ଅନ୍ଧାରିଆବଗ, ମାଛରଙ୍କା ପ୍ରଭୃତି ୧୦ ପ୍ରକାରର ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏହି ଦେଶୀୟ ପକ୍ଷୀମାନେ ବନୀ, ଗୁଆଁ, ସିଙ୍ଗଡା, ରାଇ, ସିନ୍ଦୁକା, କେରୁଆଁ ଆଦି ଗଛରେ ବସା ବାନ୍ଧୁଥିବା ଦେଖିବାକୁ ମିଳିଛି। ମଠଆଡିଆରେ ଅଧିକ ସଂଖ୍ୟାରେ ଗେଣ୍ଡାଳିଆ ବସା କରିଥିବା ବେଳେ ଦୁର୍ଗାପ୍ରସାଦଡିଆରେ ବଗ ଓ ପାଣିକୁଆ ଅଧିକ ସଂଖ୍ୟାରେ ବସା ବାନ୍ଧିଛନ୍ତି। ଲକ୍ଷ୍ମୀପ୍ରସାଦଡିଆରେ ସବୁ ପ୍ରଜାତିର ପକ୍ଷୀ ବସା ବାନ୍ଧିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ହଜାର ପକ୍ଷୀ କେବଳ ଲକ୍ଷ୍ମୀପ୍ରସାଦଡିଆରେ ଭିଡ ଜମାଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ୨୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଦେଶୀୟ ପକ୍ଷୀମାନେ ବଗଗହନରେ ଭିଡ ଜମାଉଥିଲେ। ସେହି ସ୍ଥାନରେ ପର୍ଯ୍ୟଟକମାନେ ଦେଶୀୟ ପକ୍ଷୀଙ୍କୁ ଦେଖିବା ପାଇଁ ୱାଚଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା। ମାତ୍ର ଲଗାତର ୮ ବର୍ଷ ହେଲା ବଗଗହନରେ ଗୋଟିଏ ବି ପକ୍ଷୀ ବସା ବାନ୍ଧୁନାହାଁନ୍ତି କି ଭିଡ ଜମାଉନାହାନ୍ତି।
The post ମୌସୁମୀ ସକ୍ରିୟ ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ appeared first on Dharitri Odia News.