ମ୍ୟାଚ ବେଳେ ଆଇପିଏଲ ଅକ୍ସନ କଥା ପନ୍ତଙ୍କୁ ପଚାରିଲେ ଲାୟନ, ମିଳିଲା ଏମିତି ଜବାବ
ଆଇପିଏଲର ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ରିଲିଜ କରିଦେଇଛି। ତେଣୁ ସେ ମେଗା ଅକ୍ସନରେ ସାମିଲ ହେଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି।
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଦିନ ଖେଳ ଚାଲିଥିବା ବେଳେ ଆଇପିଏଲ ଅକ୍ସନ ପ୍ରସଙ୍ଗ ଉଠିଛି। ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ ଓ ଭାରତର ଋଷଭ ପନ୍ତଙ୍କ ମଧ୍ୟରେ ଆଇପିଏଲ ଅକ୍ସନକୁ ନେଇ ହୋଇଥିବା କଥାବାର୍ତ୍ତା ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି। ଲାୟନ ଅକ୍ସନ ସମ୍ପର୍କରେ କଟାକ୍ଷ କରି ପଚାରିଥିଲେ ବେଳେ ପନ୍ତ କେବଳ ଦୁଇଟି ଶବ୍ଦରେ ଏହାର ଜବାବ ଦେଇଛନ୍ତି।
ଆଇପିଏଲର ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ରିଲିଜ କରିଦେଇଛି। ତେଣୁ ସେ ମେଗା ଅକ୍ସନରେ ସାମିଲ ହେଉଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ଅକ୍ସନ ହେବ। ଏହି ସମୟରେ ପର୍ଥରେ ପ୍ରଥମ ଟେଷ୍ଟ ମଧ୍ୟ ଚାଲିଥିବ।
ଆଜି ଠାରୁ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ପନ୍ତ ସ୍ଥିତି ସମ୍ଭାଳିବାକୁ କିଛି ସମୟ ଚେଷ୍ଟା କରିଥିଲେ। ପନ୍ତ ସର୍ତକତାର ସହ ଖେଳୁଥିବା ବେଳେ ତାଙ୍କ ଧ୍ୟାନକୁ ଭାଙ୍ଗିବା ପାଇଁ ଲାୟନ ବେଶ ଚମତ୍କାର ଢଙ୍ଗରେ ଆଇପିଏଲ ଅକ୍ସନ କଥା ପଚାରିଥିଲେ।
ସେ ପନ୍ତଙ୍କୁ ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “ଅକ୍ସନରେ ତୁମେ କେଉଁ ଆଡ଼େ ଯାଉଛ?” ଏହା ଶୁଣି ପନ୍ତ ସାଇଡ ହୋଇ କହିଥିଲେ ଯେ “କିଛି ବି ଜାଣିନି।’ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
SOUND ???? Just two old friends meeting! ????????
Don't miss this stump-mic gold ft. ????????????????????????????-????????????????????! ????
???? #AUSvINDOnStar ???? 1st Test, Day 1, LIVE NOW! #AUSvIND #ToughestRivalry pic.twitter.com/vvmTdJzFFq— Star Sports (@StarSportsIndia) November 22, 2024
ପନ୍ତ ପ୍ରଥମ ଟେଷ୍ଟରେ ଭଲ ଲୟରେ ରହିଥିଲେ। ଅବଶ୍ୟ ୨୫ ରନରେ ତାଙ୍କ କ୍ୟାଚ୍କୁ ପାଟ କମିନ୍ସ ହାତ ଛଡ଼ା କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ୩୭ ରନ କରି ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ଡେବ୍ୟୁଟାଣ୍ଟ ନୀତୀଶ କୁମାର ରେଡ୍ଡୀଙ୍କ ସହ ମିଶି ୪୮ ରନ ଭାଗିଦାରୀ କରିଥିଲେ।
ନୀତୀଶ କୁମାରଙ୍କ ୪୧ ଓ ପନ୍ତଙ୍କ ୩୭ ରନ ବଳରେ ଭାରତ ତା’ର ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୧୫୦ ରନ କରିଛି। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୬୭ କରିବାକୁ ସକ୍ଷମ ହୋଇଛି।