ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌

କୋଲକାତା,୬।୪: ଅଷ୍ଟ୍ରେଲିଆର ଦୁଇଥରର ବିଶ୍ୱକପ୍‌ ବିଜେତା ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ବିସିସିଆଇକୁ ଚେତାଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଭାବୀ ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ମୟଙ୍କ ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାକୁ ତତ୍ପରତା ପ୍ରକାଶ ନ କରିବାକୁ ସେ କହିଛନ୍ତି। ତେବେ ଏହି ୨୧ ବର୍ଷୀୟ କ୍ରିକେଟର ଲଗାତର ଭାବେ ମ୍ୟାଚ୍‌ରେ ବିଜୟୀ ପ୍ରଦର୍ଶନ କରୁଛନ୍ତି। ଜିଓସିନେମାକୁ ଓ୍ବାଟସନ୍‌ କହିଛନ୍ତି, ନିଶ୍ଚିତ ଭାବେ ମୟଙ୍କ ଯାଦବଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ତାଙ୍କର ବୋଲିଂ ବିଶ୍ୱସ୍ତରୀୟ […] The post ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌ appeared first on Dharitri Odia News.

ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌

କୋଲକାତା,୬।୪: ଅଷ୍ଟ୍ରେଲିଆର ଦୁଇଥରର ବିଶ୍ୱକପ୍‌ ବିଜେତା ଅଲରାଉଣ୍ଡର ଶେନ୍‌ ଓ୍ବାଟସନ୍‌ ବିସିସିଆଇକୁ ଚେତାଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଭାବୀ ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ମୟଙ୍କ ଯାଦବଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବାକୁ ତତ୍ପରତା ପ୍ରକାଶ ନ କରିବାକୁ ସେ କହିଛନ୍ତି। ତେବେ ଏହି ୨୧ ବର୍ଷୀୟ କ୍ରିକେଟର ଲଗାତର ଭାବେ ମ୍ୟାଚ୍‌ରେ ବିଜୟୀ ପ୍ରଦର୍ଶନ କରୁଛନ୍ତି।

ଜିଓସିନେମାକୁ ଓ୍ବାଟସନ୍‌ କହିଛନ୍ତି, ନିଶ୍ଚିତ ଭାବେ ମୟଙ୍କ ଯାଦବଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ତାଙ୍କର ବୋଲିଂ ବିଶ୍ୱସ୍ତରୀୟ ଏବଂ ସେ ସେଭଳି କୌଶଳ ଦେଖାଉଛନ୍ତି। ଲକ୍ଷ୍ନୌ ଟିମ୍‌ ଭାଗ୍ୟଶାଳୀ ଯେ ତାଙ୍କ ପାଖରେ ଏଭଳି ଖେଳାଳି ଅଛନ୍ତି। ବଡ଼ ଟୁର୍ନାମେଣ୍ଟରେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ପ୍ରଦର୍ଶନ କରିବା ଏବଂ ତାଙ୍କ ଉପରେ ଚାପ ପକାଇବାରେ ସଫଳ ହେବା ସ୍ବତନ୍ତ୍ର।

ତେବେ କ’ଣ ସେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ପ୍ରସ୍ତୁତ ପ୍ରଶ୍ନରେ ଓ୍ବାଟସନ କହିଛନ୍ତି, ଦଳ ବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ। ନିଶ୍ଚିତ ଭାବେ ସେଥିରେ ମୟଙ୍କଙ୍କୁ ଖେଳାଇବାକୁ ବିସିସିଆଇ ଚାହିଁବ। ହେଲେ ବୋଲର ଭାବେ ଏହା ତାଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ। କାରଣ ଗୋଟିଏ ଦିନରେ ଦ୍ରୁତ ଗତିରେ ୧୫ରୁ ୨୦ ଓଭର ବୋଲିଂ କରିବାର ଚାପକୁ ସହିବା କଷ୍ଟକର। ଏବେ ତାଙ୍କ ଶରୀରକୁ ସେହି ସୀମା ଯାଏ ପହଞ୍ଚାଇବା ଠିକ୍‌ ବୋଲି ଭାବୁନାହିଁ। କହିବାକୁ ଗଲେ ଏବେ ତାଙ୍କୁ ଟେଷ୍ଟ କ୍ରିକେଟରେ ଖେଳାଇବା ବିଲକୁଲ୍‌ ବୁଦ୍ଧିମତାର କାମ ହେବ ନାହିଁ ବୋଲି ସେ କହିଛନ୍ତି।

The post ମୟଙ୍କଙ୍କୁ ନେଇ ବିସିସିଆଇକୁ ଚେତାଇଲେ ଓ୍ବାଟସନ୍‌ appeared first on Dharitri Odia News.