ମୟୂରଭଞ୍ଜରେ ଲଗାଣ ବର୍ଷା, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା ୨୦।୩: ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ଲଗାଣ ବର୍ଷା । ଏନେଇ ଭୁବନେଶ୍ଵର ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ଏବଂ ୧୧ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣି ସତର୍କ ସୂଚନା ଦିଆଯାଇଛି । ଏହିକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଚାରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଠାରୁ ଲାଗିରହିଛି ଝିପିଝିପି ଲଗାଣ ବର୍ଷା । ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ସର୍ବାଧିକ ୭୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଶିମିଳିପାଳ ଜାତୀୟ ଅଭୟାରଣ୍ୟର ରାମତୀର୍ଥ ଠାରେ ୪୦ ମିମିରୁ ଅଧିକ, ଜେନାବିଲ, ଗୁଡୁଗୁଡ଼ିଆ, ନଅଣା ଠାରେ ପ୍ରବଳ ବର୍ଷା ହୋଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ଡଃ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଶିମିଳିପାଳ ବନ୍ଦ ରଖାଯାଇଛି । ଗୁରୁବାରର ସ୍ଥିତି ଅନୁଧ୍ୟାନ ପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତମାମ ମୟୂରଭଞ୍ଜ ଜିଲ୍ଲା ସହ ବାରିପଦାର ଜିଲ୍ଲା ମୁଖ୍ୟାଳୟ, କୋର୍ଟ କଚେରୀ, ବସଷ୍ଟାଣ୍ଡ ଆଦି ସ୍ଥାନରେ ବର୍ଷା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଅଦିନିଆ ବର୍ଷା ପାଇଁ ଜମିରେ ହୋଇଥିବା ପରିବା ଓ ରବି ଫସଲ ଅନେକ ମାତ୍ରାରେ ନଷ୍ଟ ହେବାର ଆଶଙ୍କା କରାଯାଉଛି । You Can Read :ନୃଶଂସ ସ୍ୱାମୀ ! ଦ୍ବିତୀୟ ସ୍ତ୍ରୀ ସହ ମିଶି ପ୍ରଥ
ବାରିପଦା ୨୦।୩: ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ଲଗାଣ ବର୍ଷା । ଏନେଇ ଭୁବନେଶ୍ଵର ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ଏବଂ ୧୧ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣି ସତର୍କ ସୂଚନା ଦିଆଯାଇଛି । ଏହିକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଚାରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଠାରୁ ଲାଗିରହିଛି ଝିପିଝିପି ଲଗାଣ ବର୍ଷା । ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ସର୍ବାଧିକ ୭୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଶିମିଳିପାଳ ଜାତୀୟ ଅଭୟାରଣ୍ୟର ରାମତୀର୍ଥ ଠାରେ ୪୦ ମିମିରୁ ଅଧିକ, ଜେନାବିଲ, ଗୁଡୁଗୁଡ଼ିଆ, ନଅଣା ଠାରେ ପ୍ରବଳ ବର୍ଷା ହୋଇଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ଡଃ ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି ।
ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଶିମିଳିପାଳ ବନ୍ଦ ରଖାଯାଇଛି । ଗୁରୁବାରର ସ୍ଥିତି ଅନୁଧ୍ୟାନ ପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତମାମ ମୟୂରଭଞ୍ଜ ଜିଲ୍ଲା ସହ ବାରିପଦାର ଜିଲ୍ଲା ମୁଖ୍ୟାଳୟ, କୋର୍ଟ କଚେରୀ, ବସଷ୍ଟାଣ୍ଡ ଆଦି ସ୍ଥାନରେ ବର୍ଷା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଅଦିନିଆ ବର୍ଷା ପାଇଁ ଜମିରେ ହୋଇଥିବା ପରିବା ଓ ରବି ଫସଲ ଅନେକ ମାତ୍ରାରେ ନଷ୍ଟ ହେବାର ଆଶଙ୍କା କରାଯାଉଛି ।
You Can Read :
ନୃଶଂସ ସ୍ୱାମୀ ! ଦ୍ବିତୀୟ ସ୍ତ୍ରୀ ସହ ମିଶି ପ୍ରଥମ ସ୍ତ୍ରୀକୁ ରାସ୍ତା ମଝିରେ ଘୋଷାଡି ଘୋଷାଡି ପିଟିଲା