ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର

ମୟୂରଭଞ୍ଜ : ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର । ବିଜୁ ଜନତା ଦଳର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ସାରସକଣା ବିଧାୟକ ପ୍ରାର୍ଥୀ ଡା. ଦେବାଶିଷ ମାରାଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ଡ. ସାମନ୍ତ । ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ଖେରଣା ଠାରେ ଉଭୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଡ ସାମନ୍ତ । ସାରସକଣା ନିର୍ବାଚନ ମଣ୍ଡଳୀରେ ଡ. ସାମନ୍ତ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ […] The post ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର appeared first on KNews Odisha.

ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର
A. samanta

ମୟୂରଭଞ୍ଜ : ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର । ବିଜୁ ଜନତା ଦଳର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ସାରସକଣା ବିଧାୟକ ପ୍ରାର୍ଥୀ ଡା. ଦେବାଶିଷ ମାରାଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ଡ. ସାମନ୍ତ । ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ଖେରଣା ଠାରେ ଉଭୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ଡ ସାମନ୍ତ ।

ସାରସକଣା ନିର୍ବାଚନ ମଣ୍ଡଳୀରେ ଡ. ସାମନ୍ତ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ଆଦିବାସୀ ରୀତିରେ ସ୍ବାଗତ କରା ଯିବା ସହ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଡ. ଅଚ୍ୟୁତ ସାମନ୍ତଙ୍କୁ ଆଦିବାସୀମାନଙ୍କ ଜନନାୟକ ବୋଲି ନିଜର ବକ୍ତବ୍ୟରେ କହିଛନ୍ତି ସୁଦାମ ମାରାଣ୍ଡି । “ଡ. ଅଚ୍ୟୁତ ସାମନ୍ତ ଆଗେ ବଢୋ ହମ୍ ତୁହ୍ମାରେ ସାତ୍ ହୈ” ବୋଲି ନାରା ଦେଇଛନ୍ତି ସୁଦାମ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରେ ଶିକ୍ଷାର ଏକ ନୂଆ ଦିଗଦର୍ଶନ ଦେଇଛନ୍ତି ଡ. ଅଚ୍ୟୁତ ସାମନ୍ତ । ଡ. ଅଚ୍ୟୂତ ସାମନ୍ତଙ୍କ ପାଇଁ ଆଜି ଆଦିବାସୀ ଛାତ୍ରଛାତ୍ରୀ ମାନେ ବିନାମୂଲ୍ୟରେ ଉଚ୍ଚଶିକ୍ଷା ପାଇବା ପାଇଁ ସକ୍ଷମ ହୋଇ ପାରିଛନ୍ତି ।

ସେଥିପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଡ. ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଆଦିବାସୀମାନଙ୍କୁ ଉଦବୋଧନ ଦେଇ ଡ. ସାମନ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ସେମାନଙ୍କ ନିକଟରେ ପହଞ୍ଚାଇବା ସହ ଉଭୟ ଲୋକସଭା ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଆହ୍ବାନ ଦେଇଛନ୍ତି ଡ. ସାମନ୍ତ ।

ମୟୂରଭଞ୍ଜ ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ସଂଯୋଜକ ଡ. ହରିଶ ଚୌଧୁରୀ, ମୟୂରଭଞ୍ଜ ମିଶନ ଶକ୍ତିର ସଭାପତି ବିଷ୍ଣୁପ୍ରିୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଡ. ସାମନ୍ତଙ୍କ ପ୍ରଚାର ଫଳରେ ମୟୂରଭଞ୍ଜରେ ବିଜେଡି ଅଧିକ ସୁଦୃଢ ହେବା ସହ ବିଜୟଲାଭ ପାଇଁ ଦୃଢ ଆଶାବ୍ୟକ୍ତ କରିଛନ୍ତି ଉଭୟ ପ୍ରାର୍ଥୀ ।

The post ମୟୂରଭଞ୍ଜରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର appeared first on KNews Odisha.