ଯଦି ଏପରି ନ ଘଟେ ରାଜନୀତି ଛାଡିଦେବି: କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର
ପାଟନା,୨୮।୧: ବିହାଟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତିକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର। ସେ କହିଛନ୍ତି, ନୀତୀଶ ଚତୁର ନୁହେଁ ଧୃତ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏଥି ସହିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ କମ ଜେଡିୟୁ ବିଧାୟକ ଜିତିବେ, ଯଦି ଏହା ନ ହୁଏ ତେବେ ସେ ରାଜନୀତି ଛାଡିବେ। ନୀତୀଶ କୁମାର ଚତୁର ନୁହଁନ୍ତି […] The post ଯଦି ଏପରି ନ ଘଟେ ରାଜନୀତି ଛାଡିଦେବି: କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର appeared first on Dharitri Odia News.
ପାଟନା,୨୮।୧: ବିହାଟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତିକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର। ସେ କହିଛନ୍ତି, ନୀତୀଶ ଚତୁର ନୁହେଁ ଧୃତ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ଏଥି ସହିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ କମ ଜେଡିୟୁ ବିଧାୟକ ଜିତିବେ, ଯଦି ଏହା ନ ହୁଏ ତେବେ ସେ ରାଜନୀତି ଛାଡିବେ। ନୀତୀଶ କୁମାର ଚତୁର ନୁହଁନ୍ତି ବରଂ ସେ ଧୃତ ଅଟନ୍ତି। ସମଗ୍ର ବିହାରର ୧୩ କୋଟି ଲୋକଙ୍କୁ ପ୍ରତାରଣା କରୁଛନ୍ତି। ଆଗାମୀ ନିର୍ବାଚନରେ ଜନସାଧାରଣ ଏହାର ଗୋଟି ଗୋଟି ହିସାବ ନେବେ।
ଏଥି ସହିତ ସେ କହିଛନ୍ତି, ନୀତୀଶ କୁମାର ପାଲଟୁରାମ ନୁହଁନ୍ତି ବରଂ ପାଲ୍ଟୁ ରାମର ସରଦାର ଜନସାଧାରଣ ଏହା ଜାଣିଛନ୍ତି। ଆଜିର ବିକାଶ ଦର୍ଶାଇଛି ଯେ ବିହାରର ସମସ୍ତ ନେତା କିମ୍ବା ଦଳ ପାଲଟୁରାମ ଅଟନ୍ତି। ଆଜି ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଭାଜପା ମଧ୍ୟ ସମାନ ପାଲଟୁରାମ।
The post ଯଦି ଏପରି ନ ଘଟେ ରାଜନୀତି ଛାଡିଦେବି: କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର appeared first on Dharitri Odia News.