ଯଦି କେନ୍ଦ୍ର ନଦିଏ, ତେବେ ବେଙ୍ଗଲ ସରକାର କଲ୍ୟାଣମୂଳକ ପ୍ରକଳ୍ପ ପାଇଁ ଯୋଗାଇଦେବେ ପାଣ୍ଠି: ମମତା
ପଶ୍ଚିମବଙ୍ଗ ୦୬/୦୩: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଆଉ ଆରମ୍ଭ ହୋଇଛି ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା । ପ୍ରତି ଦଳ ପରସ୍ପର ଉପରେ ଜାରି ରଖିଛନ୍ତି ଆରୋପ ପ୍ରତ୍ୟାରୋପ । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ । କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ଯୋଜନାକୁ ଆକ୍ଷେପ କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରତିଶୃତି କେବଳ ବେଲୁନ ଭଳି । ଯାହା ଭୋଟ୍ ଦେବା ପୂର୍ବରୁ ବଢାଇ ଚଢାଇ ଆକାଶକୁ ଉଠେ । ଆଉ ଭୋଟ ସରିବା ପରେ ସେହି ବେଲୁନ୍ରୁ ସରିଯାଏ ଗ୍ୟାସ୍ । ତେବେ ଟିଏମସି ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇଛି ବୋଲି ସେ ଦାବି କରିଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରତିଶ୍ରୁତି ଦିଅନ୍ତି, ପରେ ଭୁଲିଯାଆନ୍ତି ବୋଲ ସେ ସ୍ପଷ୍ଟ କରିଛନ୍ତି । ମମତା ଦାବି କରିଛନ୍ତି ଯେ ବିଜେପିର ପ୍ରତିଶ୍ରୁତି କେବଳ ନିର୍ବାଚନ ପାଇଁ । ବୁଧବାର ୧୦ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଜନଗର୍ଜନ ସଭାରେ ସିଏମ୍ ଜନସାଧାରଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ କହିଛନ୍ତି । wp:embed {"url":"https://www.prameyanews7.com/india-first-under-water-metro-tunnel-inauguration/","type":"wp-embed","providerNameSlug":"prameya-news-7"} https://www.prameyanews7.com/india-first-und
ପଶ୍ଚିମବଙ୍ଗ ୦୬/୦୩: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଆଉ ଆରମ୍ଭ ହୋଇଛି ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା । ପ୍ରତି ଦଳ ପରସ୍ପର ଉପରେ ଜାରି ରଖିଛନ୍ତି ଆରୋପ ପ୍ରତ୍ୟାରୋପ । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ ।
କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ଯୋଜନାକୁ ଆକ୍ଷେପ କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରତିଶୃତି କେବଳ ବେଲୁନ ଭଳି । ଯାହା ଭୋଟ୍ ଦେବା ପୂର୍ବରୁ ବଢାଇ ଚଢାଇ ଆକାଶକୁ ଉଠେ । ଆଉ ଭୋଟ ସରିବା ପରେ ସେହି ବେଲୁନ୍ରୁ ସରିଯାଏ ଗ୍ୟାସ୍ । ତେବେ ଟିଏମସି ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇଛି ବୋଲି ସେ ଦାବି କରିଛନ୍ତି ।
ତେବେ ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରତିଶ୍ରୁତି ଦିଅନ୍ତି, ପରେ ଭୁଲିଯାଆନ୍ତି ବୋଲ ସେ ସ୍ପଷ୍ଟ କରିଛନ୍ତି । ମମତା ଦାବି କରିଛନ୍ତି ଯେ ବିଜେପିର ପ୍ରତିଶ୍ରୁତି କେବଳ ନିର୍ବାଚନ ପାଇଁ । ବୁଧବାର ୧୦ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଜନଗର୍ଜନ ସଭାରେ ସିଏମ୍ ଜନସାଧାରଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ କହିଛନ୍ତି ।
wp:embed {"url":"https://www.prameyanews7.com/india-first-under-water-metro-tunnel-inauguration/","type":"wp-embed","providerNameSlug":"prameya-news-7"}
ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ କଲ୍ୟାଣକାରୀ ଯୋଜନା ପାଇଁ କେନ୍ଦ୍ର ସରକାର ଟଙ୍କା ପାଣ୍ଠି ନ ଦିଅନ୍ତି ତେବେ, ଟିଏମ୍ସି ସରକାର ଏହି ପ୍ରକଳ୍ପଗୁଡ଼ିକୁ ନିଜେ ପାଣ୍ଠି ଦେବେ । ପଶ୍ଚିମ ମେଦିନୀପୁର ଜିଲ୍ଲାର ଏକ ଜନସେବା କାର୍ଯ୍ୟକ୍ରମରେ ମମତା ବାନାର୍ଜୀ କହିଛନ୍ତି, “ମନେରଖ, ଯଦି ବଙ୍ଗଳା ସରକାର କିଛି ଗ୍ୟାରେଣ୍ଟି ଦିଅନ୍ତି, ତେବେ ତାହା ପୂରଣ କରନ୍ତି ।
କିନ୍ତୁ କେନ୍ଦ୍ର ସରକାରଙ୍କ ଯିଦି କିଛି ଦେବାକୁ ପ୍ରତିଶୃତି ଦେଲେ ତେବେ ତାହା ତାହେ କେବେ ବି ପୂରଣ ହୁଏନି । ସେମାନଙ୍କର ଗ୍ୟାରେଣ୍ଟି ଗ୍ୟାସ୍ ବେଲୁନ୍ ପରି । ନିର୍ବାଚନ ଶେଷ ହେବା ପରେ ବେଲୁନ୍ ଫାଟିଯାଏ । ରାଜ୍ୟର ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଜନା ‘ଲକ୍ଷ୍ମୀର ଭଣ୍ଡାର’ ବିଷୟରେ ସିଏମ୍ କହିଛନ୍ତି ଯେ ତାଙ୍କ ସରକାର ଏହା ଅଧୀନରେ ୨୫ ହଜାରରୁ ୩୦ ହଜାର କୋଟି ଖର୍ଚ୍ଚ କରୁଛନ୍ତି ।
ଏପ୍ରିଲରୁ ଏହି ଯୋଜନା ଅଧୀନରେ ମାସିକ ୫୦୦ ଟଙ୍କା ପାଇଥିବା ହିତାଧିକାରୀଙ୍କୁ ୧୦୦୦ ଟଙ୍କା ମିଳିଥିବାବେଳେ ୧୦୦୦ ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ମାସକୁ ୧୨ଶହ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ରୁ ଅଧିକ ଥିବାବେଳେ ତାଙ୍କ ସରକାର ଗରିବ ଲୋକଙ୍କୁ “ମାଗଣା ଚାଉଳ” ପ୍ରଦାନ କରୁଛନ୍ତି । ମମତା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଆକ୍ଷେପ କରି କହିଛନ୍ତି, “ମେଦିନିନପୁରର ମାଟି ବିଦ୍ୟାସାଗରର ମାଟି । ଏହି ମାଟି ଦେଶଦ୍ରୋହୀଙ୍କୁ ସମର୍ଥନ କରେନି ।