ଯନ୍ତ୍ରୀ ନା ଜମିଦାର : ଓଡ଼ିଶା ସହ ପଶ୍ଚିମବଙ୍ଗରେ ରହିଛି ୮୫ଟି ପ୍ଲଟ

ବାଲେଶ୍ୱର,୨।୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିବିବାରେ ଲାଗିଛି। ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ ସୁନା, ଗୋଟିଏ କାର୍‌ ଠାବ […] The post ଯନ୍ତ୍ରୀ ନା ଜମିଦାର : ଓଡ଼ିଶା ସହ ପଶ୍ଚିମବଙ୍ଗରେ ରହିଛି ୮୫ଟି ପ୍ଲଟ appeared first on Dharitri Odia News.

ଯନ୍ତ୍ରୀ ନା ଜମିଦାର : ଓଡ଼ିଶା ସହ ପଶ୍ଚିମବଙ୍ଗରେ ରହିଛି ୮୫ଟି ପ୍ଲଟ

ବାଲେଶ୍ୱର,୨।୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିବିବାରେ ଲାଗିଛି। ଭିଜିଲାନ୍ସ ସୂଚନା ମୁତାବକ, ଓଡ଼ିଶା ସହ ପଶ୍ଚିମବଙ୍ଗରେ ଏଯାବତ ୮୫ ପ୍ଲଟ ଠାବ ହେଲାଣି। ଏକ ପାଞ୍ଚ ମହଲା କୋଠା, ମାର୍କେଟ କଂପ୍ଲେକ୍ସ ଠାବ ହୋଇଛି। ୧୧ ଲକ୍ଷ ଟଙ୍କା, ୨୧୮ ଗ୍ରାମ ସୁନା, ଗୋଟିଏ କାର୍‌ ଠାବ କରାଯାଇଛି। ବାଲେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନାରୁ ମିଳିଛି।
ଯନ୍ତ୍ରୀଙ୍କ ଆଖି ଖୋସି ହୋଇଯିବା ପରି ସମ୍ପତ୍ତି ଠୁଳ କରିଛନ୍ତି। ଓଡ଼ିଶା ସାଙ୍ଗକୁ ପଶ୍ଚିମବଙ୍ଗରେ ବି ତାଙ୍କର ପ୍ଲଟ ରହିଛି। କେବଳ ଗୋଟିଏ ଦୁଇଟି ପ୍ଲଟ ନୁହେଁ ମାଳମାଳ ଫ୍ଲାଟ ଓ ଘର ରହିଛି। ସକାଳୁ ଚଢ଼ାଉ ହୋଇଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତା’ ସାଙ୍ଗକୁ ତାଙ୍କ ଘରୁ ସୁନା, ଅଳଙ୍କାର ଓ ନଗଦ ଟଙ୍କା ବାହାରିଛି। ବର୍ତ୍ତମାନ ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ମୋଟ ଆକଳନ ହୋଇନାହିଁ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

The post ଯନ୍ତ୍ରୀ ନା ଜମିଦାର : ଓଡ଼ିଶା ସହ ପଶ୍ଚିମବଙ୍ଗରେ ରହିଛି ୮୫ଟି ପ୍ଲଟ appeared first on Dharitri Odia News.