ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ଗୋପାଳପୁର,୧୫ା୩(ନବୀନ ରାଜ ଆଚାରୀ): ସିଆଇଏସ୍‌ଏଫ ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବରିଷ୍ଠ କମାଣ୍ଡାଣ୍ଡ ଆଲୋକ ଯୋଶୀ ନେତୃତ୍ୱରେ ଯବାନମାନେ ଏକ ସାଇକେଲ ରାଲି ଗୁଜରାଟ ବାହାରି ଶନିବାର ହୋଲି ଅବସରରେ ଗୋପାଳପୁର ବେଳାଭୂମିରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍‌, ଅଲମ୍ପିଆନ ତଥା ଡିଏସ୍‌ପି ରବି […] The post ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ appeared first on Dharitri Odia News.

ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ଗୋପାଳପୁର,୧୫ା୩(ନବୀନ ରାଜ ଆଚାରୀ): ସିଆଇଏସ୍‌ଏଫ ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବରିଷ୍ଠ କମାଣ୍ଡାଣ୍ଡ ଆଲୋକ ଯୋଶୀ ନେତୃତ୍ୱରେ ଯବାନମାନେ ଏକ ସାଇକେଲ ରାଲି ଗୁଜରାଟ ବାହାରି ଶନିବାର ହୋଲି ଅବସରରେ ଗୋପାଳପୁର ବେଳାଭୂମିରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍‌, ଅଲମ୍ପିଆନ ତଥା ଡିଏସ୍‌ପି ରବି କୁମାର ଓ ଅବସରପ୍ରାପ୍ତ ଆର୍ମି ହାବିଲଦାର ସୀମାଞ୍ଚଳ ବାରିକ ଯୋଗଦେଇଥିଲେ। ଯବାନମାନଙ୍କୁ ମନ୍ତ୍ରୀ ଜେନା ହୋଲି ଲଗାଇଥିଲେ। ସିଆଇଏସ୍‌ଏଫ୍‌ ପକ୍ଷରୁ ମନ୍ତ୍ରୀ ଜେନା, ବିଧାୟକ ନାୟକ, ଏସପି ବିବେକ ଓ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ। ଦୁଇ ଭାଗରେ ବିଭକ୍ତ କରି ୧୧ଟି ରାଜ୍ୟ ଉପକୂଳ ଦେଇ ୬ ହଜାର ୫ ଶହ ୫୩ କିମି ଦେଇ ଯବାନମାନେ ପ୍ରତିଦିନ ୧୨୦କିମି ଅତିକ୍ରମ କରି ମାର୍ଚ୍ଚ ୩୧ରେ କନ୍ୟାକୁମାରୀ ପହଞ୍ଚିବେ। ଗୋଟିଏ ରାଲି ଗୁଜରାଟ ବାହାରି ଥିବା ବେଳେ ଅନ୍ୟଟି ପଶ୍ଚିମବଙ୍ଗରୁ ରାଲି ବାହାରିଛି ବୋଲି ମନ୍ତ୍ରୀ ଜେନା କହିଥିଲେ। ଉପକୂଳ ସୁରକ୍ଷା ଓ ସମୃଦ୍ଧି ଭାରତ ପ୍ରୟାସ ନେଇ ସିଆଇଏସ୍‌ଏଫ୍‌ ଯବାନମାନେ ସଚେତନ ନେଇ ସାଇକେଲ ରାଲି ବାହାରିଛି ବୋଲି କହିଥିଲେ। ମନ୍ତ୍ରୀ ଜେନା, ବିଧାୟକ ନାୟକ, ବ୍ରହ୍ମପୁର ଏସ୍‌ପି ବିବେକ ଏମ୍‌ ଓ ଅନ୍ୟମାନେ ଯବାନମାନଙ୍କ ସହ ସାଇକେଲ ରାଲିରେ ସାମିଲ ହୋଇ ଗୋପାଳପୁର ଓଭରବ୍ରିଜ ପର୍ଯ୍ୟନ୍ତ ଆସି କନ୍ୟାକୁମାରୀ ଅଭିମୁଖେ ଯବାନ ବାହାରିଥିଲେ। ଗୋଳନ୍ଥରା ଚଟି ନିକଟରେ ରାଲିରେ ଆସିଥିବା ସାଇକେଲ ଆରୋହୀ ଯବାନମାନଙ୍କୁ ମନ୍ତ୍ରୀ ଜେନା ଉତ୍ତରୀୟ ପକାଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ, ଆର୍ମି, ପୋଲିସ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ

The post ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ appeared first on Dharitri Odia News.