ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି

ରାଜକୋଟ,୨୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ଅନେକ କାରଣରୁ ସ୍ମରଣୀୟ ହୋଇ ରହିବ। ମ୍ୟାଚ୍‌ରେ ୫୦୦ ଉଇକେଟର ମାଇଲଷ୍ଟୋନ ହାସଲ କରିଥିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଯଶସ୍ବୀ ଜୟସ୍ବାଲ ଲଗାତର ଦ୍ୱିଶତକ ମାରିବାର ଉପଲବ୍ଧି ହାସଲ କରିଥିଲେ। ସେହିଭଳି ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ସରଫରାଜ ଖାନ୍‌ ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ତାଙ୍କର ଅନେକ ବରିଷ୍ଠ କ୍ରିକେଟର ପ୍ରଶଂସା କରୁଛନ୍ତି। ଏହି କ୍ରମରେ ଭାରତର ପୂର୍ବତନ ଅଧିନାୟକ […] The post ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି appeared first on Dharitri Odia News.

ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି

ରାଜକୋଟ,୨୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ଅନେକ କାରଣରୁ ସ୍ମରଣୀୟ ହୋଇ ରହିବ। ମ୍ୟାଚ୍‌ରେ ୫୦୦ ଉଇକେଟର ମାଇଲଷ୍ଟୋନ ହାସଲ କରିଥିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଯଶସ୍ବୀ ଜୟସ୍ବାଲ ଲଗାତର ଦ୍ୱିଶତକ ମାରିବାର ଉପଲବ୍ଧି ହାସଲ କରିଥିଲେ। ସେହିଭଳି ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ସରଫରାଜ ଖାନ୍‌ ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ତାଙ୍କର ଅନେକ ବରିଷ୍ଠ କ୍ରିକେଟର ପ୍ରଶଂସା କରୁଛନ୍ତି। ଏହି କ୍ରମରେ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସରଫରାଜଙ୍କୁ କ୍ରିକେଟର ଉଦୀୟମାନ ତାରକାର ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି।

ଜୟସ୍ବାଲ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ସରଫରାଜଙ୍କ ସହ ୫ମ ଉଇକେଟ ଲାଗି ୧୭୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଏହାର ପ୍ରଶଂସା କରି ଗାଙ୍ଗୁଲି କହିଛନ୍ତି, ସରଫରାଜ ଭଲ ଆରମ୍ଭ ଦେଇଥିଲେ। ତାଙ୍କୁ ଏବେ ବିଦେଶରେ ବି ରନ୍‌ କରିବାକୁ ହେବ। ସେ ଜଣେ ଉଦୀୟମାନ କ୍ରିକେଟର ଜ୍ୱଳନ୍ତ ଉଦାହରଣ। ହେଲେ ତାଙ୍କୁ ଦଳରେ ସୁଯୋଗ ପାଇବାକୁ ହେଲେ ଲଗାତର ନିଜର ପ୍ରତିଭା ଦେଖାଇବାକୁ ହେବ, ସ୍କୋର କରିବାକୁ ପଡ଼ିବ ବୋଲି ଗାଙ୍ଗୁଲି କହିଛନ୍ତି।

The post ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି appeared first on Dharitri Odia News.