ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…
ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମା’ଙ୍କ ସହ ୨ ଝିଅ ସ୍କୁଟିରେ ଯାଉଥିଲେ। ହେଲେ ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଯାଆଁଳା ଉଭଣୀଙ୍କ ମୃତ୍ୟୁ ଘଟିଥିଲା। […] The post ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ… appeared first on Dharitri Odia News.
ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ମା’ଙ୍କ ସହ ୨ ଝିଅ ସ୍କୁଟିରେ ଯାଉଥିଲେ। ହେଲେ ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଯାଆଁଳା ଉଭଣୀଙ୍କ ମୃତ୍ୟୁ ଘଟିଥିଲା। ମା’ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଲୋକେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମା ଦେଇଥିବା ସୂଚନା ମିଳିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି।
The post ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ… appeared first on Dharitri Odia News.