ଯାଜପୁର CT&GST ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍, ୫ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୧୭।୦୮ : ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ଜାଲ। ଯାଜପୁର ସିଟି ଆଣ୍ଡ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି । ଏକାକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ । ସରକାରୀ ଟିକସ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଯାଜପୁର ସିଟି ଆଣ୍ଡ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ୫ ଲକ୍ଷ ୮୫ ହଜାର ଟଙ୍କା ହଡ଼ପ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର, କେନ୍ଦ୍ରପଡ଼ା , ଖୋର୍ଦ୍ଧା, ନିରାକାରପୁର ଆଦି ରହିଛି । ଭିଜିଲାନ୍ସର ଏହି ଚଢାଉରେ ୨୫ ଜଣ ଅଫିସର, ୧୪ ଜଣ ଇନ୍‌ସପେକ୍ଟର, ୭ ଜଣ ଡେପୁଟି ଏସ୍‌ପି ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସଠିକ୍‌ ସୂଚନା ମିଳିନାହିଁ ।  

ଯାଜପୁର CT&GST ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍, ୫ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୧୭।୦୮ : ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ଜାଲ। ଯାଜପୁର ସିଟି ଆଣ୍ଡ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି । ଏକାକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ । 

ସରକାରୀ ଟିକସ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଯାଜପୁର ସିଟି ଆଣ୍ଡ ଜିଏସ୍‌ଟି ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍‌ । ୫ ଲକ୍ଷ ୮୫ ହଜାର ଟଙ୍କା ହଡ଼ପ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର, କେନ୍ଦ୍ରପଡ଼ା , ଖୋର୍ଦ୍ଧା, ନିରାକାରପୁର ଆଦି ରହିଛି । ଭିଜିଲାନ୍ସର ଏହି ଚଢାଉରେ ୨୫ ଜଣ ଅଫିସର, ୧୪ ଜଣ ଇନ୍‌ସପେକ୍ଟର, ୭ ଜଣ ଡେପୁଟି ଏସ୍‌ପି ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସଠିକ୍‌ ସୂଚନା ମିଳିନାହିଁ ।