ଯାଜପୁର ପାଇଁ ଅଲୋଡ଼ା ହେଲେ ବବି, ନବୀନ ଦେଲେ ବଡ଼ ଝଟ୍କା
ଭୁବନେଶ୍ୱର,୨ା୨: ବିଜେଡି ନେତା ବବି ଦାସ ଏବେ ଯାଜପୁର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଯିଏ ଦିନେ ଦଳର ଟିକ୍ନିକ୍ କଥା ବୁଝୁଥିଲେ ତାଙ୍କ ଇଙ୍ଗିତରେ କୁଆଡ଼େ ଦଳ ଉଠ୍ବସ୍ ହେଉଥିଲା ଆଜି ତାଙ୍କୁ କୌଣସି ଦାୟିତ୍ୱ ଦେଇନାହାନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବବିଙ୍କୁ ନବୀନ ସଂଗଠନ ସମ୍ଭାଳିବାକୁ ଆଉ ଦାୟିତ୍ୱ ଦେଇନାହାନ୍ତି। ବିଜେଡି ସଂଗଠନ ସମ୍ପାଦକ ପଦରୁ ବବି ହଟିବା ପରେ ସୁପ୍ରିମୋ ଆଉ ବବିଙ୍କୁ ଯାଜପୁର ଦାୟିତ୍ୱ ଦେଇନାହାନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ […] The post ଯାଜପୁର ପାଇଁ ଅଲୋଡ଼ା ହେଲେ ବବି, ନବୀନ ଦେଲେ ବଡ଼ ଝଟ୍କା appeared first on Dharitri Odia News.
ଭୁବନେଶ୍ୱର,୨ା୨: ବିଜେଡି ନେତା ବବି ଦାସ ଏବେ ଯାଜପୁର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଯିଏ ଦିନେ ଦଳର ଟିକ୍ନିକ୍ କଥା ବୁଝୁଥିଲେ ତାଙ୍କ ଇଙ୍ଗିତରେ କୁଆଡ଼େ ଦଳ ଉଠ୍ବସ୍ ହେଉଥିଲା ଆଜି ତାଙ୍କୁ କୌଣସି ଦାୟିତ୍ୱ ଦେଇନାହାନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବବିଙ୍କୁ ନବୀନ ସଂଗଠନ ସମ୍ଭାଳିବାକୁ ଆଉ ଦାୟିତ୍ୱ ଦେଇନାହାନ୍ତି। ବିଜେଡି ସଂଗଠନ ସମ୍ପାଦକ ପଦରୁ ବବି ହଟିବା ପରେ ସୁପ୍ରିମୋ ଆଉ ବବିଙ୍କୁ ଯାଜପୁର ଦାୟିତ୍ୱ ଦେଇନାହାନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ସପ୍ତାହକ ତଳେ ନବୀନ ଦଳର ବିଭିନ୍ନ ସଂଗଠନକୁ ଭାଙ୍ଗି ଦେଇଥିଲେ। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ ସେଲ ଆଦି ପ୍ରମୁଖ ସଂଗଠନଗୁଡ଼ିକ ମଧ୍ୟରେ ରହିଥିଲା ।
ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଛି । ଖୁବଶୀଘ୍ର ସାଂଗଠନିକ ନିର୍ବାଚନ ହେବ।ବିଧାୟକ ପ୍ରତାପ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବିଜେଡିର ସୁପ୍ରିମୋ ଭାବରେ ନବୀନ ପଟ୍ଟନାୟକ ରହିବେ ନା ସେ ଆଉ କାହାକୁ ଉତ୍ତରଦାୟିତ୍ୱ ଦେବେ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ। ଜିଲା ନିର୍ବାଚନ ଅଧିକାରୀଙ୍କ ନାମ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ।
The post ଯାଜପୁର ପାଇଁ ଅଲୋଡ଼ା ହେଲେ ବବି, ନବୀନ ଦେଲେ ବଡ଼ ଝଟ୍କା appeared first on Dharitri Odia News.