ଯାଜପୁରରେ ଚାଞ୍ଚଲ୍ୟ: ବୋମା ଫୁଟି ୨ ମୃତ, ଜଣେ ଗୁରୁତର

ଛତିଆ,୧୩।୫(ସୋମ୍ୟରଞ୍ଜନ ସାହୁ):ବୋମା ବିସ୍ଫୋରଣରେ ୨ ମୃତ ଜଣେ ଗୁରୁତର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟଇଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବୈାରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ କୁହାଯାଉଛି ୩ ଯୁବକ କଳାପଲସରରେ ଆସି ଏକ ମଦ କାଉଣ୍ଟର ପାଖରେ ଅଟକିଥିଲେ। ସେହି ସମୟରେ ବ୍ଲଷ୍ଟ ହୋଇଥିଲା। ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଉକ୍ତ ଯୁବକଙ୍କ ଉପରକୁ କେହି ବୋମା […] The post ଯାଜପୁରରେ ଚାଞ୍ଚଲ୍ୟ: ବୋମା ଫୁଟି ୨ ମୃତ, ଜଣେ ଗୁରୁତର appeared first on Dharitri Odia News.

ଯାଜପୁରରେ ଚାଞ୍ଚଲ୍ୟ: ବୋମା ଫୁଟି ୨ ମୃତ, ଜଣେ ଗୁରୁତର

ଛତିଆ,୧୩।୫(ସୋମ୍ୟରଞ୍ଜନ ସାହୁ):ବୋମା ବିସ୍ଫୋରଣରେ ୨ ମୃତ ଜଣେ ଗୁରୁତର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟଇଛି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବସଷ୍ଟାଣ୍ଡ ନିକଟରେ। ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବୈାରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ତେବେ କୁହାଯାଉଛି ୩ ଯୁବକ କଳାପଲସରରେ ଆସି ଏକ ମଦ କାଉଣ୍ଟର ପାଖରେ ଅଟକିଥିଲେ। ସେହି ସମୟରେ ବ୍ଲଷ୍ଟ ହୋଇଥିଲା। ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଉକ୍ତ ଯୁବକଙ୍କ ଉପରକୁ କେହି ବୋମା ପକାଇ ନାହାନ୍ତି କିମ୍ବା ସେମାନେ ମଧ୍ୟ କାହା ଉପରକୁ ବୋମା ନିକ୍ଷେପ କରି ନାହାନ୍ତି। ସେମାନେ ସାଥିରେ ବୋମା ନେଇ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଉକ୍ତ ଯୁବକ ବଡ଼କ୍ଷଚଣା ନିକଟ ଦେଉଳକୂଳ ଗ୍ରାମର ବୋଲି କୁହାଯାଉଛି।

The post ଯାଜପୁରରେ ଚାଞ୍ଚଲ୍ୟ: ବୋମା ଫୁଟି ୨ ମୃତ, ଜଣେ ଗୁରୁତର appeared first on Dharitri Odia News.