ଯାଞ୍ଚବେଳେ ବାଇକ୍ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ
ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର ଭୁଏଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ପାଖରୁ ୩ କି.ଗ୍ରା. ୬୦୦ ଗ୍ରାମ୍ ଗଞ୍ଜେଇ ଏବଂ ନଗଦ ୩୪ ହଜାର ୬୩୦ ଟଙ୍କା ଜବତ ହୋଇଛି। ସୂଚନାନୁଯାୟୀ, ଅଭିଯୁକ୍ତ ଚିତ୍ରେଶ୍ୱର ଏକ ବାଇକ୍(ନଂ-ଓଡି ୧୭ ଏମ ୦୪୩୩) ଯୋଗେ ଯାଉଥିବାବେଳେ ପିପଲମୁଣ୍ଡାଠାରେ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ ତାଙ୍କଠାରୁ ଗଞ୍ଜେଇ […] The post ଯାଞ୍ଚବେଳେ ବାଇକ୍ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ appeared first on Dharitri Odia News.
ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର ଭୁଏଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ପାଖରୁ ୩ କି.ଗ୍ରା. ୬୦୦ ଗ୍ରାମ୍ ଗଞ୍ଜେଇ ଏବଂ ନଗଦ ୩୪ ହଜାର ୬୩୦ ଟଙ୍କା ଜବତ ହୋଇଛି।
ସୂଚନାନୁଯାୟୀ, ଅଭିଯୁକ୍ତ ଚିତ୍ରେଶ୍ୱର ଏକ ବାଇକ୍(ନଂ-ଓଡି ୧୭ ଏମ ୦୪୩୩) ଯୋଗେ ଯାଉଥିବାବେଳେ ପିପଲମୁଣ୍ଡାଠାରେ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚବେଳେ ତାଙ୍କଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ପୋଲିସ ଅଭିଯୁକ୍ତଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା। ମାତ୍ର ଘରୁ କିଛି ପାଇ ପାରି ନ ଥିଲା। ଏ ନେଇ ଭଟଲି ଥାନା ପୋଲିସ କେସ୍ ନଂ ୧୫୫/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
The post ଯାଞ୍ଚବେଳେ ବାଇକ୍ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ appeared first on Dharitri Odia News.