ଯାତ୍ରା ମଞ୍ଚରେ ନୃଶଂସତା, ସାପ ସହ ଖେଳ ଓ ଘୁଷୁରୀ ମାରି ଖାଇବା ଘଟଣା; ୨ ଗିରଫ
ବ୍ରହ୍ମପୁର: ରାମାୟଣ ନାଚ ପରିବେଷଣ ସମୟରେ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିବା ଓ ଜୀଅନ୍ତା ଘୁଷୁରୀକୁ ମାରି ଖାଇବା ଘଟଣା ନାଟ୍ୟ ସଂସ୍ଥା ଏବଂ କଳାକାରକୁ ମହଙ୍ଗା ପଡିଛି। ଏହି ଘଟଣାରେ ବନ ବିଭାଗ ଏବଂ ହିଞ୍ଜିଳି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ। ସୂଚନା ଅନୁଯାୟୀ, ସାପ ଖେଳ ପ୍ରଦର୍ଶନ ସହ ଜୀବନ୍ତ ଘୁଷୁରୀକୁ ଖାଇବା ଭଳି ଅମାନବୀୟ ଦୃଶ୍ୟକୁ କଳା ମାଧ୍ୟମରେ ପରିବେଷଣ କରା ଯାଇଥିଲା। ବେଆଇନ ଭାବେ ଏଭଳି ଦୃଶ୍ୟ ପ୍ରଦର୍ଶନ କରା ଯାଇଥିବା ନେଇ ଭିଜୁଆଲ ଭାଇରାଲ ହୋଇଥିଲା। ଏ ନେଇ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ଏବଂ ଘନ ଘନ ଖବର ପ୍ରସାରିତ ପରେ ଘଟଣାର ତଦନ୍ତ କରାଯାଇ ଦୁଇଜଣଙ୍କୁ ଗିରଫ କରାଯାଇଛି।ହିଞ୍ଜିଳି ପୋଲିସ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି। ହିଞ୍ଜିଳି ଥାନା ରାଳବ ଗାଁର କାଞ୍ଜିଅଁଳା ଯାତ୍ରା ସମୟରେ ମଞ୍ଚ ଉପରେ ପରିବେଷଣ କରାଯାଇଥିବା ରାମାୟଣ ନାଚରେ ବିରାୟୁଧ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ବିମ୍ବାଧର ଗୌଡଙ୍କୁ ପୋଲିସ ଗିରଫ କରିଛି। ଅଭିନୟ ବେଳେ ବର୍ବରତା ସୀମା ପାର କରି ଜିଅନ୍ତା ଘୁଷୁରୀ ଖାଇଥିବା ଭିଡିଓ ଭାଇରାଲ ହେବା ପରେ ହିଞ୍ଜିଳି ଥାନା ପୋଲିସ ନିଜ ଆଡୁ କେସ ନଂ ୯୮୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କଳାକାର ଜଣଙ୍କୁ ଗିରଫ କରିଛି। ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୩୨୫ ,
ବ୍ରହ୍ମପୁର: ରାମାୟଣ ନାଚ ପରିବେଷଣ ସମୟରେ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିବା ଓ ଜୀଅନ୍ତା ଘୁଷୁରୀକୁ ମାରି ଖାଇବା ଘଟଣା ନାଟ୍ୟ ସଂସ୍ଥା ଏବଂ କଳାକାରକୁ ମହଙ୍ଗା ପଡିଛି। ଏହି ଘଟଣାରେ ବନ ବିଭାଗ ଏବଂ ହିଞ୍ଜିଳି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁଇଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।
ସୂଚନା ଅନୁଯାୟୀ, ସାପ ଖେଳ ପ୍ରଦର୍ଶନ ସହ ଜୀବନ୍ତ ଘୁଷୁରୀକୁ ଖାଇବା ଭଳି ଅମାନବୀୟ ଦୃଶ୍ୟକୁ କଳା ମାଧ୍ୟମରେ ପରିବେଷଣ କରା ଯାଇଥିଲା। ବେଆଇନ ଭାବେ ଏଭଳି ଦୃଶ୍ୟ ପ୍ରଦର୍ଶନ କରା ଯାଇଥିବା ନେଇ ଭିଜୁଆଲ ଭାଇରାଲ ହୋଇଥିଲା। ଏ ନେଇ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ଏବଂ ଘନ ଘନ ଖବର ପ୍ରସାରିତ ପରେ ଘଟଣାର ତଦନ୍ତ କରାଯାଇ ଦୁଇଜଣଙ୍କୁ ଗିରଫ କରାଯାଇଛି।
ହିଞ୍ଜିଳି ପୋଲିସ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି। ହିଞ୍ଜିଳି ଥାନା ରାଳବ ଗାଁର କାଞ୍ଜିଅଁଳା ଯାତ୍ରା ସମୟରେ ମଞ୍ଚ ଉପରେ ପରିବେଷଣ କରାଯାଇଥିବା ରାମାୟଣ ନାଚରେ ବିରାୟୁଧ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ବିମ୍ବାଧର ଗୌଡଙ୍କୁ ପୋଲିସ ଗିରଫ କରିଛି। ଅଭିନୟ ବେଳେ ବର୍ବରତା ସୀମା ପାର କରି ଜିଅନ୍ତା ଘୁଷୁରୀ ଖାଇଥିବା ଭିଡିଓ ଭାଇରାଲ ହେବା ପରେ ହିଞ୍ଜିଳି ଥାନା ପୋଲିସ ନିଜ ଆଡୁ କେସ ନଂ ୯୮୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କଳାକାର ଜଣଙ୍କୁ ଗିରଫ କରିଛି।
ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୩୨୫ , Rws ୧୧ ( ଏଲ୍) ପ୍ରୋଭିଜନାଲ ଆନିମଲ ଆର୍ଟ ପରି ସଙ୍ଗୀନ ଦଫା ଲଗାଇ କଳାକାର ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ବେଆଇନ ସାପ ଖେଳ ଏବଂ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନକୁ ଉଲଘଂନ କରିବା ଅଭିଯୋଗରେ ଖଲ୍ଲିକୋଟ ଚିକିଲି ଅଞ୍ଚଳର ଶ୍ରୀଶ୍ରୀଶ୍ରୀ ଚକା ଠାକୁର ଗଣନାଟ୍ୟ କମିଟିର ପରିଚାଳକ ନାରାୟଣ ସ୍ୱାଇଁଙ୍କୁ ବନ ବିଭାଗ ଗିରଫ କରି ଘଟଣାର ଅଧିକ ତଦନ୍ତ କରା ଯାଉଥିବା ବ୍ରହ୍ମପୁର ଡି. ଏଫ. ଓ ସୋନି ଖୋଖର କହିଛନ୍ତି। OR କେସ ନମ୍ବର 187 / 2024 - 25 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜରୁଛି ବନ ବିଭାଗ। ଗିରଫ ନାରାୟଣ ସାପ ଆଣିଥିବ ସାପ ଧରାଳିଙ୍କ ନାଁ ପ୍ରକାଶ କରିଥିବା ବେଳେ ଏ ଉପରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡି. ଏଫ. ଓ କହିଛନ୍ତି।
ବାସ୍ତବରେ ମଞ୍ଚସ୍ଥ ନାଟକକୁ ସାପ, ଘୁଷୁରୀ କିଏ ଆଣିଥିଲେ ? ସମ୍ପୃକ୍ତ ଗଣନାଟ୍ୟର କଳାକାରମାନେ ଏଭଳି ନାଟକ ପ୍ରଦର୍ଶନକୁ ଖଣ୍ଡନ କରିଛନ୍ତି। ୧୫ ବର୍ଷ ଗଣନାଟ୍ୟ ଜୀବନ ମଧ୍ୟରେ କେବେ ବି ଏଭଳି ଦୃଶ୍ୟ ପ୍ରଦର୍ଶନ କରା ଯାଇ ନାହିଁ। ଏବେ ରାଳବ ଗାଁ କମିଟି ପ୍ରାଣୀ ଆଣି ନାଟକରେ ଏଭଳି ଦୃଶ୍ୟ ପ୍ରଦର୍ଶନ କରିବାକୁ ବାଧ୍ୟ କରାଇଥିଲେ ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ଗଣନାଟ୍ୟର କଳାକାର ମାନେ। ସେପଟେ ରା୍ଳବ ଗ୍ରାମବାସୀ ଏହାକୁ ଖଣ୍ଡନ କରିଛନ୍ତି। ଏଭଳି ଅଭିନୟ ନିନ୍ଦନୀୟ ବୋଲି କହିଛନ୍ତି। ଏଭଳି ନାଟ ପାଇଁ ଏବେ ଗ୍ରାମବାସୀଙ୍କୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି ବୋଲି କହିଛନ୍ତି।