ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ
ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ମଙ୍ଗଳବାର ସନ୍ଧ୍ଯାରେ ସ୍ଵର୍ଣ୍ଣ ମହଲ ଯାତ୍ରା ଦଳ ପକ୍ଷରୁ ନାଟକ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ମଞ୍ଚସ୍ଥ ହୋଇଥିଲା। ଏଥିରେ ରହିଥିବା ଏକ ଧର୍ମାନ୍ତରୀକରଣ ଦୃଶ୍ୟରେ କଳାକାରଙ୍କ ଜୀବନ୍ତ ଅଭିନୟକୁ ନେଇ ଦର୍ଶକ ଭାବବିହ୍ବଳ ହୋଇ ପଡ଼ିଥିଲେ। ଏଥିରେ ଜଣେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା […] The post ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ appeared first on Dharitri Odia News.
ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ମଙ୍ଗଳବାର ସନ୍ଧ୍ଯାରେ ସ୍ଵର୍ଣ୍ଣ ମହଲ ଯାତ୍ରା ଦଳ ପକ୍ଷରୁ ନାଟକ ‘ସ୍ବାମୀ ପାଇଁ ପଛେ ନର୍କକୁ ଯିବି’ ମଞ୍ଚସ୍ଥ ହୋଇଥିଲା। ଏଥିରେ ରହିଥିବା ଏକ ଧର୍ମାନ୍ତରୀକରଣ ଦୃଶ୍ୟରେ କଳାକାରଙ୍କ ଜୀବନ୍ତ ଅଭିନୟକୁ ନେଇ ଦର୍ଶକ ଭାବବିହ୍ବଳ ହୋଇ ପଡ଼ିଥିଲେ।
ଏଥିରେ ଜଣେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ କରି ଜଣେ ଉତ୍ଯକ୍ତ ଦର୍ଶକ ସିଧା ମଞ୍ଚ ଉପରକୁ ଉଠିଯାଇ ଚୌକି ଆଦି ଫିଙ୍ଗାଫୋପଡ଼ା ତଥା ମଞ୍ଚ ଭଙ୍ଗାରୁଜା କରିବା ସହ କଳାକାରଙ୍କୁ ମଧ୍ଯ ମାଡ଼ ମାରିଥିଲେ। ଫଳରେ କିଛି ସମୟ ପାଇଁ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇ ସାମୟିକ ଭାବେ ନାଟକଟି ବନ୍ଦ ରହିଥିଲା। ପରେ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରି ଉତ୍ଯକ୍ତ ଦର୍ଶକଙ୍କୁ ବୁଝାସୁଝା କରିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା।
ଏହାପରେ ନାଟକଟି ପୁଣି ଆରମ୍ଭ ହୋଇଥିଲା। କିନ୍ତୁ ଏହି ନାଟକରେ ହିନ୍ଦୁ ବ୍ଯକ୍ତିଙ୍କୁ ଗୋମାଂସ ଖୁଆଇବା ଦୃଶ୍ୟକୁ କାଟି ଦିଆଯାଇଥିଲା। ତେବେ ଅନ୍ଯ କୌଣସି ସ୍ଥାନରେ ମଞ୍ଚସ୍ଥ ହେଉଥିବା ବେଳେ ଉକ୍ତ ନାଟକରେ ହିନ୍ଦୁ ଭାବନା ବିରୋଧୀ ଦୃଶ୍ଯ ରହିଲେ ପରିସ୍ଥିତି ଭୟାବହ ହେବ ବୋଲି ଦର୍ଶକ ଜଣକ ଚେତାବନୀ ଦେଇଛନ୍ତି। ଏଥିରେ କେହି ଆହତ ହୋଇ ନ ଥିବା କୁହାଯାଇଛି।
The post ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ appeared first on Dharitri Odia News.